ମେଲବୋର୍ଣ୍ଣ: ମହାମାରୀ କୋରୋନା ଭାଇରସର ମୁକାବିଲା ପାଇଁ ଅଷ୍ଟ୍ରେଲିଆ କ୍ରିକେଟର୍ସ ଆସୋସିଏସନ(ACA)ର ପଦକ୍ଷେପ । ପୂର୍ବତନ ତଥାା ବର୍ତ୍ତମାନର ଅଷ୍ଟ୍ରେଲିଆ କ୍ରିକେଟରଙ୍କ ସହାୟତା ପାଇଁ ଆଗେଇ ଆସିଛି ଏସିଏ । ଆସୋସିଏସନ ପକ୍ଷରୁ ଏକ ଜରୁରୀକାଳୀନ ଫଣ୍ଡ ଗଠନ କରାଯାଇଛି ।
କୋରୋନା ମୁକାବିଲା: ଅଷ୍ଟ୍ରେଲିଆ କ୍ରିକେଟର ଆସୋସିଏସନ ପକ୍ଷରୁ ଜରୁରୀକାଳୀନ ଫଣ୍ଡ - କୋରୋନା ଭାଇରସ
ମହାମାରୀ କୋରୋନା ଭାଇରସର ମୁକାବିଲା ପାଇଁ ଅଷ୍ଟ୍ରେଲିଆ କ୍ରିକେଟର୍ସ ଆସୋସିଏସନ(ACA) ପକ୍ଷରୁ ଏକ ଜରୁରୀକାଳୀନ ଫଣ୍ଡ ଗଠନ କରାଯାଇଛି ।

କୋରୋନା ମୁକାବିଲା: ଅଷ୍ଟ୍ରେଲିଆ କ୍ରିକେଟର ଆସୋସିଏସନ ପକ୍ଷରୁ ଜରୁରୀକାଳୀନ ଫଣ୍ଡ
2,50,000 ଅଷ୍ଟ୍ରେଲିଆ ଅର୍ଥରାଶି ଏହି ଫଣ୍ଡରେ ବ୍ୟବସ୍ଥା ହୋଇଛି । କୋରୋନା ଭାଇରସରେ ଯେଉଁ ସପୋର୍ଟ ଷ୍ଟାଫ, କର୍ମଚାରୀ ଖେଳାଳି ପ୍ରଭାବିତ ହୋଇଛନ୍ତି, ସେହିମାନଙ୍କୁ ଏହି ଅର୍ଥରାଶି ସହାୟତା ପ୍ରଦାନ କରିବା ନେଇ ଏସିଏ ଜେନେରାଲ ମ୍ୟାନେଜର କେଲି ଆପଲେବି କହିଛନ୍ତି ।
ମହାମାରୀ କୋରୋନା ଭାଇରସ ଏଯାବତ ବିଶ୍ବରେ 184 ଦେଶରେ ସଂକ୍ରମିତ ହୋଇଛି । ବିଶ୍ବବ୍ୟାପୀ ମୋଟ 81000 ଲୋକେ ଏହି ଏହି ଭାଇରସରେ ସଂକ୍ରମିତ ହୋଇ ଜୀବନ ହରାଇଛନ୍ତି ।