ଲଣ୍ଡନ: ମହାମାରୀ କୋରୋନା ଭାଇରସ ଯୋଗୁଁ କ୍ରିକେଟ ସମେତ ସମସ୍ତ କ୍ରୀଡା ଇଭେଣ୍ଟ ବନ୍ଦ ରହିଛି । ମ୍ୟାଚ ସମ୍ଭବ ହୋଇପାରୁନଥିବାରୁ ଏକାଧିକ କ୍ରୀଡା ପରିଚାଳନା ବୋର୍ଡ ଆର୍ଥିକ ସଙ୍କଟକୁ ସାମ୍ନା କରୁଛନ୍ତି । ଏହି କ୍ରମରେ ଯୋଡି ହୋଇଛି ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ACB) ।
କୋରୋନା ଭାଇରସ: ଆଫଗାନିସ୍ତାନ କ୍ରିକେଟ ବୋର୍ଡର କୋଚିଂ ଷ୍ଟାଫଙ୍କ ଦରମା କାଟ - ଏସିବି ମୁଖ୍ୟ କାର୍ଯ୍ୟନିବାହୀ ଲୁତପୁଲ୍ଲାହ ଷ୍ଟାନିକଜାଏ
ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ACB)ର କୋଚିଂ ଷ୍ଟାଫଙ୍କ 25 ପ୍ରତିଶତ ଦରମା କାଟ ହୋଇଛି । ଏନେଇ ସ୍ପଷ୍ଟ କରିଛନ୍ତି ଏସିବିର ମୁଖ୍ୟ କାର୍ଯ୍ୟନିବାହୀ ଲୁତପୁଲ୍ଲାହ ଷ୍ଟାନିକଜାଏ ।
![କୋରୋନା ଭାଇରସ: ଆଫଗାନିସ୍ତାନ କ୍ରିକେଟ ବୋର୍ଡର କୋଚିଂ ଷ୍ଟାଫଙ୍କ ଦରମା କାଟ COVID-19: Afganistan Cricket Board to cut salaries of coaching staff by 25 pc](https://etvbharatimages.akamaized.net/etvbharat/prod-images/768-512-7151736-861-7151736-1589279917030.jpg)
କୋରୋନା ଭାଇରସ: ଆଫଗାନିସ୍ତାନ କ୍ରିକେଟ ବୋର୍ଡର କୋଚିଂ ଷ୍ଟାଫଙ୍କ ଦରମା କାଟ
ବୋର୍ଡ ପକ୍ଷରୁ କୋଚିଂ ଷ୍ଟାଫଙ୍କ 25 ପ୍ରତିଶତ ଦରମା କାଟ ନେଇ ନିଷ୍ପତି ହୋଇଛି । ଯଦି ଅନ୍ତର୍ଜାତୀୟ କ୍ରିକେଟ ଆସନ୍ତା ମାସ ସୁଦ୍ଧା ଆରମ୍ଭ ସମ୍ଭବ ନହୁଏ, ତେବେ 50 ପ୍ରତିଶତ ପର୍ଯ୍ୟନ୍ତ ଦରମା କାଟ ହୋଇପାରେ । ଏନେଇ ସ୍ପଷ୍ଟ କରିଛନ୍ତି ଏସିବିର ମୁଖ୍ୟ କାର୍ଯ୍ୟନିବାହୀ ଲୁତପୁଲ୍ଲାହ ଷ୍ଟାନିକଜାଏ ।