ମୁମ୍ବାଇ: ଗତକାଲି କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି) ନିଜ ଚୟନ ପ୍ରକ୍ରିୟାରେ ରବି ଶାସ୍ତ୍ରୀଙ୍କୁ ପୁଣି ଦଳର ମୁଖ୍ୟ କୋଚ ପଦରେ ନିଯୁକ୍ତ କରିିଛି । ଏହି ପ୍ରକ୍ରିୟାରେ 2ୟ ସ୍ଥାନରେ ମାଇକ୍ ହେସନ୍ ରହିଥିଲେ । ତାଙ୍କୁ ପଛରେ ପକାଇ ରବି ଶାସ୍ତ୍ରୀ ପ୍ରଥମ ସ୍ଥାନରେ ରହିଥିଲେ ।
ଏହାପରେ ମାଇକ ହେସନ ଟ୍ବିଟ କରି ରବି ଶାସ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ, ଟିମ ଇଣ୍ଡିଆର ଦ୍ୱିତୟ ଥର ମୁଖ୍ୟ କୋଚ ହୋଇଥିବାରୁ ଅଭିନନ୍ଦନ । ଆଗାମୀ ସିଜନ ପାଇଁ ତମକୁ ଓ ଦଳକୁ ଶୁଭକାମନା । ଏହା ପରେ ଶାସ୍ତ୍ରୀ ରିଟ୍ବିଟ କରି କହିଛନ୍ତି ଯେ, ଶୁଭେଚ୍ଛା ପାଇଁ ଧନ୍ୟବାଦ ମାଇକ । କୋଚିଂର ଝଣ୍ଡା ସର୍ବଦା ଉଚ୍ଚରେ ରହୁ ।