ଓଡିଶା

odisha

ETV Bharat / sports

ବିଶ୍ବ କ୍ରିକେଟ ଚମ୍ପିଆନସିପର ଭାଷ୍ୟକାର ହେବେ ଆକାଶ ଚୋପ୍ରା

ତାଙ୍କ ସ୍ବର ସାରା ବିଶ୍ୱରେ ପାଖାପାଖି 110 ମିଲିୟନରୁ ଅଧିକ ଡିଜିଟାଲ କ୍ରିକେଟ୍ ଖେଳାଳିଙ୍କ ନିକଟରେ ପହଞ୍ଚିବେ ।

By

Published : Apr 27, 2020, 8:55 PM IST

commentator-aakash-chopra-joins-online-cricket-with-wcc
ବିଶ୍ବ କ୍ରିକେଟ ଚମ୍ପିଆନସିପର ଭାଷ୍ୟକାର ହେବେ ଆକାଶ ଚୋପ୍ରା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଆକାଶ ଚୋପ୍ରା ବିଶ୍ବ ନଂ 1 ଡିଜିଟାଲ କ୍ରିକେଟ୍ ଫ୍ରାଞ୍ଚାଇଜ୍, ବିଶ୍ୱ କ୍ରିକେଟ୍ ଚାମ୍ପିଅନସିପ୍ (WCC)ରେ ଭାଷ୍ୟକାର ବନିବାକୁ ଯାଉଛନ୍ତି । ପ୍ରଥମଥର ପାଇଁ କୌଣସି ଭାରତୀୟ ବୃତ୍ତିଗତ ଭାଷ୍ୟକାର ଭର୍ଚୁଆଲ୍ କ୍ରିକେଟରେ ନିଜର ସ୍ବର ଦେବେ । ତେବେ ତାଙ୍କ ସ୍ବର ସାରା ବିଶ୍ୱରେ ପାଖାପାଖି 110 ମିଲିୟନରୁ ଅଧିକ ଡିଜିଟାଲ କ୍ରିକେଟ୍ ଖେଳାଳିଙ୍କ ନିକଟରେ ପହଞ୍ଚିବେ ।

"ବିଶ୍ବ କ୍ରିକେଟ୍ ଚାମ୍ପିଅନସିପ୍ ହେଉଛି ଏକ ଉପଯୁକ୍ତ ପ୍ଲାଟଫର୍ମ । ଡିଜିଟାଲ୍ କ୍ରିକେଟ୍ ପାଇଁ ଏହା ମୋର ପ୍ରଥମ ବଡ ପଦକ୍ଷେପ ହେବ । ଦୈନିକ 2.5 ମିଲିୟନ୍ ଦର୍ଶକଙ୍କ ସହ ମୋର ସ୍ୱର ଏବଂ ମନ୍ତବ୍ୟ ବାଣ୍ଟିବାକୁ ମୁଁ ଉତ୍ସାହିତ ଅଛି। " ବୋଲି ଆକାଶ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ହେଉଛି ସେହି ପ୍ଲାଟଫର୍ମ, ଯାହାକି ଆପଣ ପ୍ରତିଦିନ ପାଇପାରିବେ ଏବଂ ବିନା କ୍ରିକେଟ ଖେଳରେ ମଧ୍ୟ ମୋ ସ୍ବର ଆପଣଙ୍କ ପାଖରେ ପହଞ୍ଚି ପାରିବ । ପୂର୍ବତନ ଭାରତୀୟ ଓପନର୍ ବ୍ୟାଟ୍ସମ୍ୟାନ୍ କହିଛନ୍ତି ଯେ ସେ WCCରେ ହିନ୍ଦୀରେ ମନ୍ତବ୍ୟ ଦେବେ।

ABOUT THE AUTHOR

...view details