ନୂଆଦିଲ୍ଲୀ: ମହାମାରୀ କୋରୋନା ମୁକାବିଲାରେ ବଢୁଛି ସହାୟତାର ହାତ । ପ୍ରଧାନମନ୍ତ୍ରୀ ଗଢିଥିବା ପିଏମ କେୟାର୍ସ ଫଣ୍ଡକୁ ଦେଶର ଉଦ୍ୟୋଗପତି, କଳାକାର, ରାଜନେତା, କ୍ରୀଡାବିତ ଓ ସମାଜସେବୀ ସହାୟତା ରାଶି ପ୍ରଦାନ କରୁଛନ୍ତି ।
କୋରୋନା ସହାୟତା: ପିଏମ କେୟାର୍ସ ଫଣ୍ଡକୁ 50 ଲକ୍ଷ ଦେଲେ ଯୁବରାଜ - କୋରୋନା ଭାଇରସ
ମହାମାରୀ କୋରୋନା ମୁକାବିଲାରେ ବଢୁଛି ସହାୟତାର ହାତ । କ୍ରିକେଟର ଯୁବରାଜ ସିଂହ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 50 ଲକ୍ଷ ଟଙ୍କା ଦାନ କରିଛନ୍ତି ।
କୋରୋନା ସହାୟତା: ପିଏମ କେଆରସ ଫଣ୍ଡକୁ ଯୁବରାଜଙ୍କ 50 ଲକ୍ଷ
କ୍ରିକେଟର ଯୁବରାଜ ସିଂହ ମଧ୍ୟ ସହାୟତା ପାଇଁ ଆଗେଇ ଆସିଛନ୍ତି । ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 50 ଲକ୍ଷ ଟଙ୍କା ଦାନ କରିଛନ୍ତି ଯୁବରାଜ । ଏଥସହିତ ସମସ୍ତ ଦେଶବାସୀଙ୍କୁ ଏକାଠି ଦୃଢ ଭାବେ କୋରୋନା ଭାଇରସ ମୁକାବିଲା କରିବାର ଆବଶ୍ୟକତା ରହିଛି । ସେଥିପାଇଁ ସମସ୍ତେ ସରକାରୀ ଗାଇଡଲାଇନକୁ ପାଳନ କରିବାକୁ ସେ ଅପିଲ କରିଛନ୍ତି ।
ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ରବିବାର ସୁଦ୍ଧା ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା 3,577ରେ ପହଞ୍ଚିଛି । ସେଥିମଧରୁ 83 ଲୋକଙ୍କର ଜୀବନ ମଧ୍ୟ ଯାଇସାରିଲାଣି ।