ଓଡିଶା

odisha

ETV Bharat / sports

କୋରୋନା ଲଢ଼େଇ: ନିଜ ଗ୍ରୀନ RCB କିଟ ନିଲାମ କରିବେ କୋହଲି, ଡି ଭିଲିୟର୍ସ - ଡି ଭିଲିୟର୍ସ

କୋରୋନା ମୁକାବିଲା ପାଇଁ 2016 ଆଇପିଏଲ କିଟ ନିଲାମ କରିବାକୁ ନିଷ୍ପତ୍ତି ନେଲେ କୋହଲି ଓ ଡି ଭିଲିୟର୍ସ । ଅଧିକ ପଢ଼ନ୍ତୁ...

Combating COVID-19, AB de Villiers, Virat Kohli, auction their green kits,  2016 IPL match, ଗ୍ରୀନ RCB କିଟ, କୋହଲି, ଡି ଭିଲିୟର୍ସ, କୋରୋନା ଲଢ଼େଇ
କୋରୋନା ଲଢ଼େଇ: ନିଜ ଗ୍ରୀନ RCB କିଟ ନିଲାମ କରିବେ କୋହଲି, ଡି ଭିଲିୟର୍ସ

By

Published : Apr 24, 2020, 11:47 PM IST

ହାଇଦ୍ରାବାଦ: ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ଶୁକ୍ରବାର କହିଛନ୍ତି ଯେ ସେ ତାଙ୍କର ଓ ବିରାଟ କୋହଲିଙ୍କର 2016 ଆଇପିଏଲର ଆରସିବି ଗ୍ରୀନ କିଟକୁ ନିଲାମ କରିବେ । କୋରୋନା ମୁକାବିଲା ପାଇଁ ପାଣ୍ଠି ଏକଜୁଟ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି ଡି ଭିଲିୟର୍ସ ।

ବିରାଟ କୋହଲିଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭ ବେଳେ ଏନେଇ ସୂଚନା ଦେଇଥିଲେ ସେ । 2016 ଗ୍ରୀନ ଡେ ମ୍ୟାଚର ଆରସିବି କିଟକୁ ନିଲାମ କରିବା ପାଇଁ ଉଭୟ ଖେଳାଳି ନିଜର ସମ୍ମତି ଜଣାଇଛନ୍ତି ।

ସେହି ଗ୍ରୀନ ଡେ ମ୍ୟାଚରେ ଉଭୟ କୋହଲି ଓ ଡି ଭିଲିୟର୍ସ ଶତକ ହାସଲ କରି ନିଜ ଟିମ ପାଇଁ ବିଜୟ ଆଣି ଦେଇଥିଲେ ।

ଏଇ ପଦକ୍ଷେପ ନେଇ ଡି ଭିଲିୟର୍ସ କୋହଲିଙ୍କୁ କହିଛନ୍ତି ଯେ, ‘‘2016 ଆଇପିଏଲରେ ଗୁଜୁରାଟ ଲାୟନ୍ସ ବିପକ୍ଷରେ ଆମେ ଦୁହେଁ ଶତକ ହାସଲ କରିଥିଲେ । ଏହା ଏକ ଭଲ ଭାଗିଦାରୀ ଥିଲା । ଖୁବ ମଜଦାର ବି ଥିଲା । ମୁଁ 120 ଓ ତୁମ ଖେଳ ସରି ଆସିବା ବେଳକୁ ନିଜର ଶତକ ହାସଲ କଲ। ଏହା ଗ୍ରୀନ ଗେମ ଥିଲା । ପରିବେଶ ପାଇଁ ସଚେତନତା ସୃଷ୍ଟି ଦିଗରେ ଏହା ଆମର ଏକ ପ୍ରୟାସ ଥିଲା ।

‘‘ବର୍ତ୍ତମାନ ଯୋଜନା ହେଉଛି ଆମର ସେହି କିଟକୁ ଅନଲାଇନ ନିଲାମ କରିବା । ଏଥିରୁ ଉପାର୍ଜିତ ଅର୍ଥ କୋରୋନା ଫଣ୍ଡକୁ ଦିଆଯିବ । ଯାହାଦ୍ବାରା ଅଧିକରୁ ଅଧିକ ଲୋକ ଖାଇବା ପାଇ ପାରିବେ ।’’

ABOUT THE AUTHOR

...view details