ହାଇଦ୍ରାବାଦ: ପାଣ୍ଡ୍ୟାଙ୍କୁ ଭାରି ପଡିଲା କଫି । ଏବେ କେବଳ ପିଉଛନ୍ତି ଗ୍ରୀନ-ଟି । ଜୀବନରେ ଥରେ କଫି ପିଇଥିଲେ, ଯାହା ତାଙ୍କୁ ଖୁବ ମହଙ୍ଗା ପଡିଥିଲା । ତେଣୁ ସେବେ ପରଠୁ ସେ କଫି ପିଇବା ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।
ସୂଚନାଥାଉ କି, ଗତବର୍ଷ ଟେଲିଭିଜନ୍ ସୋ କଫି ୱିଥ୍ କରଣରେ ଦେଇଥିବା ମନ୍ତବ୍ୟ ଯୋଗୁଁ ପାଣ୍ଡ୍ୟା ଖୁବ ବିବାଦରେ ରହିଥିଲେ । ତେବେ ଭାରତୀୟ ଦଳର ୱିକେଟକିପର ଦୀନେଶ କାର୍ତ୍ତିକଙ୍କ ସହ ଇନଷ୍ଟାଗ୍ରାମ ଲାଇଭ ଚାଟରେ ଗ୍ରୀନ୍ ଟି ପିଉଥିବା କଥା କହିଛନ୍ତି।