ଓଡିଶା

odisha

ETV Bharat / sports

ଦୈତ ସ୍ବାର୍ଥ ସମ୍ବଳିତ ମାମଲା: ଗାଙ୍ଗୁଲି,ଲକ୍ଷ୍ମଣ ଓ ଦ୍ରାବିଡଙ୍କୁ ଭେଟିବେ COA

ଦୈତ ସ୍ବାର୍ଥ ସମ୍ବଳିତ ମାମଲାରେ ଟିମ ଇଣ୍ଡିଆର ଭେଟେରାନ କ୍ରିକେଟର ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ମଣଙ୍କୁ ନେଇ ପ୍ରଶାସକ କିମିଟି ବୈଠକ ହେବ ।

ଡିଜାଇନ ଫଟୋ

By

Published : Aug 19, 2019, 11:14 PM IST

ମୁମ୍ବାଇ: ଦୈତ ସ୍ବାର୍ଥ ସମ୍ବଳିତ ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ଭେଟିବେ ପ୍ରଶାସକ କମିଟି । ଟିମ ଇଣ୍ଡିଆର ଭେଟେରାନ କ୍ରିକେଟର ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ମଣଙ୍କୁ ନେଇ ପ୍ରଶାସକ କିମିଟି ବୈଠକ ହୋଇପାରେ ।

ଦ୍ରାବିଡ, ଗାଙ୍ଗୁଲି ଓ ଲକ୍ଷ୍ମଣ ଏହି ବୈଠକରେ ଉପସ୍ଥିତ ହେବା ନେଇ ଆଶା କରାଯାଉଛି । ପ୍ରଶାସକ କମିଟିରେ ରିଟାୟଡ ଲେପ୍ଟନାଲ ଜେନରାଲ ରବିନ୍ଦ୍ର ଥୋଗଡେ, ଡାଇନା ଇଦୁଲଜି ଓ ବିସିସିଆଇ ଜେନେରାଲ ମ୍ୟାନେଜର ସବା କରିମ ରହିଛନ୍ତି । ତେବେ ପ୍ରଶାସକ କମିଟିର ମୁଖ୍ୟ ବିନୋଦ ରୟଙ୍କ ଅନୁପସ୍ଥିତିରେ ରବିନ୍ଦ୍ର ଥୋଗଡେ ବୈଠକରେ ଅଧକ୍ଷତା କରିବେ ।

ପୂର୍ବତନ ଭାରତୀୟ ପେସର ଅଜିତ ଅଗରକର ଓ ପୂର୍ବତନ ବ୍ୟାଟ୍ସମ୍ୟାନ ଦିଲ୍ଲୀପ ଭେଙ୍ଗସରକାର ମଧ୍ୟ ଏହି ବୈଠକରେ ସାମିଲ ହୋଇପାରନ୍ତି ।
ମହାରାଷ୍ଟ୍ର କ୍ରିକେଟ ଆସୋସିଏସନର ସଦସ୍ୟ ସଞ୍ଜୀବ ଗୁପ୍ତା ଦ୍ରାବିଡଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଦ୍ରାବିଡ ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଥାଇ ଇଣ୍ଡିଆ ସିମେଣ୍ଟ ଗ୍ରୁପର ଉପ-ସଭାପତି ପଦରେ ରହିଛନ୍ତି । ଇଣ୍ଡିଆ ସିମେଣ୍ଟ ଗ୍ରୁପ ଆଇପିଏଲ ଫ୍ରାଞ୍ଚାଇଚ ଚେନ୍ନାଇ ସୁପର କିଙ୍ଗ୍ସର ମାଲିକାନାରେ ରହିଛି । ସେହିପରି ଶ୍ରୀ ଗୁପ୍ତା ଗାଙ୍ଗୁଲି, ତେନ୍ଦୁଲକର ଓ ଲକ୍ଷ୍ମଣଙ୍କ ବିରୁଦ୍ଧରେ ମଧ୍ୟ ସମାନ ପ୍ରକାର ଅଭିଯୋଗ ଆଣିଥିଲେ । ମାତ୍ର ସଚିନ ଏହି ବୈଠକରେ ସାମିଲ ହେବେନାହିଁ । ସ୍ପିନର ହରଭଜନ ସିଂହ ମଧ୍ୟ ଏହି ବୈଠକରେ ୟୋଗ ଦେବେ ନାହିଁ ବୋଲି ସୂଚନା ରହିଛି ।

ABOUT THE AUTHOR

...view details