ନୂଆଦିଲ୍ଲୀ: ଗତକାଲି (ମଙ୍ଗଳବାର) ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ କ୍ରିକେଟ ବୋର୍ଡ ଉପରୁ ପ୍ରଶାସନିକ କମିଟି (ସିଓଏ) ରାଜ ଉଚ୍ଛେଦ କରାଯାଇଛି । ତେବେ ଏହି କମିଟିର ମୁଖ୍ୟ ବିନୋଦ ରୟ ଏବଂ ଡାଏନା ଇଦୁଲ୍ଜୀ 33ମାସର କାର୍ଯ୍ୟକାଳ ପାଇଁ 3.62 କୋଟି ପାଇବେ । ବୁଧବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାକୁ ପୈଠ କରିବ ।
ସିଓଏ ମୁଖ୍ୟ ଡାଏନା ଇଦୁଲ୍ଜୀ ଓ ବିନୋଦ ରୟ ପାଇବେ 3.62 କୋଟି ଟଙ୍କା - CoA chief Vinod Rai, Diana Edulji
ସିଓଏ କମିଟିର ମୁଖ୍ୟ ବିନୋଦ ରୟ ଏବଂ ଡାଏନା ଇଦୁଲ୍ଜୀ 33ମାସର କାର୍ଯ୍ୟକାଳ ପାଇଁ 3.62 କୋଟି ପାଇବେ।
![ସିଓଏ ମୁଖ୍ୟ ଡାଏନା ଇଦୁଲ୍ଜୀ ଓ ବିନୋଦ ରୟ ପାଇବେ 3.62 କୋଟି ଟଙ୍କା](https://etvbharatimages.akamaized.net/etvbharat/prod-images/768-512-4839912-thumbnail-3x2-jaca.jpg)
ସିଓଏ ମୁଖ୍ୟ ଡାଏନା ଇଦୁଲ୍ଜୀ ଓ ବିନୋଦ ରୟ ପାଇବେ 3.62 କୋଟି ଟଙ୍କା
ତେବେ 2017 ଜାନୁୟାରୀରେ ନିଯୁକ୍ତି ପାଇବା ପର ଠାରୁ ରୟ ଏବଂ ପୂର୍ବତନ ଭାରତୀୟ ଅଧିନାୟିକା ଇଦୁଲ୍ଜୀ ଜଣକ ପିଛା ମାସିକ ପାଉଣା 10 ଲକ୍ଷ ଟଙ୍କା ରହିଥିଲା। ସେହିପରି 2018 ଏବଂ 2019ରେ ସେମାନଙ୍କ ପାଇଁ ଯଥାକ୍ରମେ 11ଲକ୍ଷ ଓ 12 ଲକ୍ଷ ଦରମା ରଖାଯାଇଥିଲା । ଫଳରେ ଏମାନେ ଏହି ହିସାବ ଅଧାରରେ ତାଙ୍କ ଦରମା ପାଇବେ।