ଓଡିଶା

odisha

ପୁରୁଷ ଦିନିକିଆରେ ପ୍ରଥମ ମହିଳା ଅମ୍ପାୟାର୍‌

By

Published : Apr 28, 2019, 2:50 AM IST

କ୍ଲେୟାର ପୋଲୋସକ ଶନିବାର କ୍ରିକେଟ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିଛନ୍ତି । ସେ ପ୍ରଥମ ମହିଳା ଅମ୍ପାୟାର ଭାବେ କୌଣସି ଏକ ପୁରୁଷ ଦିନିକିଆ ମ୍ୟାଚରେ ଅମ୍ପାୟାରିଂ କରିବେ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର

ଦୁବାଇ: କ୍ଲେୟାର ପୋଲୋସକ ଶନିବାର କ୍ରିକେଟ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିଛନ୍ତି । ସେ ପ୍ରଥମ ମହିଳା ଅମ୍ପାୟାର ଭାବେ କୌଣସି ଏକ ପୁରୁଷ ଦିନିକିଆ ମ୍ୟାଚରେ ଅମ୍ପାୟାରିଂ କରିବେ ।

ତେବେ ଏହି 31 ବର୍ଷିୟା ଅଷ୍ଟ୍ରେଲିଆନ ୱାର୍ଲଡ କ୍ରିକେଟ୍‌ ଲିଗ୍‌ ଡିଭିଜନ୍‌ ୨ର ଫାଇନାଲ୍‌ ମ୍ୟାଚରେ ଅମ୍ପାୟାରିଂ କରିବେ । ଯାହା କି ଓମାନ ଓ ନାମ୍ବିଆ ମଧ୍ୟରେ ଖେଳାଯିବ । ପୂର୍ବରୁ ୨୦୧୭ରେ କ୍ଳେୟାର ପୋଲୋସକ ଅଷ୍ଟ୍ରେଲିଆର ପୁରୁଷ ଘରୋଇ ମ୍ୟାଚରେ ଅମ୍ପାୟାରିଂ କରିସାରିଛନ୍ତି ।

ମାତ୍ର ଏହା ଘରୋଇ କ୍ରିକେଟ ହୋଇଥିବାରୁ ଅଫିସିଆଲ ଭାବେ ଗଣତି ହୋଇନଥିଲା । ତେବେ ଏଥର ସେ ପ୍ରଥମ ମହିଳା ଭାବେ ଅନ୍ତର୍ଜାତିୟ ଦିନିକିଆରେ ଅମ୍ପାୟାରିଂ କରିବାକୁ ଯାଉଛନ୍ତି । ସେ ଏଯାଏଁ ୧୫ଟି ମହିଳା ଦିନିକିଆରେ ଅମ୍ପାୟାରିଂ କରିଛନ୍ତି । ୨୦୧୮ ଆଇସିସି ମହିଳା ଟି-୨୦ ବିଶ୍ୱକପ ସେମିଫାଇନାଲ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା । ଏଥିରେ ପୋଲୋସକ ଅମ୍ପାୟାରିଂ କରିଥିଲେ ।

ତେବେ ଏହି ମ୍ୟାଚରେ ଅମ୍ପାୟାରିଂ କରିବା ପାଇଁ ସୁଯୋଗ ମିଳିଲା ପରେ କ୍ଲେୟାର କହିଛନ୍ତି ଯେ ଏହା ତାଙ୍କ ସ୍ବାମୀଙ୍କ ବିନା କେବେ ସମ୍ଭବ ହୋଇ ପାରିନଥାନ୍ତା । ସେ ପ୍ରତିଟି କ୍ଷେତ୍ରରେ ତାଙ୍କୁ ସହଯୋଗ କରିଥାନ୍ତି ବୋଲି କ୍ଲେୟାର କହିଛନ୍ତି ।

ABOUT THE AUTHOR

...view details