ଓଡିଶା

odisha

ETV Bharat / sports

32 ବର୍ଷରେ ଚେତେଶ୍ବର ପୂଜାରା - 32 ବର୍ଷରେ ଚେତେଶ୍ବର ପୂଜାରା

32 ବର୍ଷରେ ପାଦ ଦେଲେ ଟିମଇଣ୍ଡିଆର ଭେଟେରାନ ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା । ଅଧିକ ପଢନ୍ତୁ...

Cheteshwar Pujara Birthday
ଚେତେଶ୍ବର ପୂଜାରା

By

Published : Jan 25, 2020, 1:59 PM IST

ହାଇଦ୍ରାବାଦ: 32 ବର୍ଷରେ ପାଦ ଦେଲେ ଟିମଇଣ୍ଡିଆର ଭେଟେରାନ ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା। ନିଜର ରକ୍ଷଣଶୀଳ ବ୍ୟାଟିଂ ପାଇଁ ସେ ଦଳର ଅନ୍ୟତମ ସଙ୍କଟ ମୋଚକ ଭାବେ ଜଣାଶୁଣା । 25 ଜାନୁଆରୀ 1988ରେ ଗୁଜୁରାଟର ରାଜକୋଟରେ ଜନ୍ମ ହୋଇଥିଲେ ଟିମ ଇଣ୍ଡିଆର ଏହି ଭେଟେରାନ କ୍ରିକେଟର ।

1 ଆଇସିସି ଟେଷ୍ଟ ମାନ୍ୟତାର ନଂ1 ଟିମ ଭାରତର ପ୍ରମୁଖ ଟେଷ୍ଟ ବ୍ୟାଟ୍ସମ୍ୟାନ। ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର 6 ନଂ ସ୍ଥାନରେ ରହିଛନ୍ତି ଏହି ସୌରାଷ୍ଟ୍ର କ୍ରିକେଟର । କ୍ରିକେଟର ଲମ୍ବା ଫର୍ମାଟରେ ଲମ୍ବା ପାଳି ସହ ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ନିଭାନ୍ତି ପୂଜାରା।

ଚେତେଶ୍ବର ପୂଜାରା

ଗତ ବର୍ଷ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ପ୍ରଥମ ଥର ଟେଷ୍ଟ ସିରିଜ ଜିତିଥିଲା । ଏହି ବହୁପ୍ରତୀକ୍ଷିତ ଐତିହାସିକ ସିରିଜ ବିଜୟରେ ମ୍ୟାନ ଅଫ ଦ ସିରିଜ ଥିଲେ ପୂଜାରା ।

ସେ ଏଯାବତ 75ଟି ଟେଷ୍ଟ ଖେଳି ସାରିଛନ୍ତି । ସେଥିମଧ୍ୟରୁ 18ଟି ଦମଦାର ଶତକୀୟ ଇଂନିସ ରହିଛି । 49.48 ହାରରେ 5,740 ରନ ମଧ୍ୟ ସଂଗ୍ରହ କରିଛନ୍ତି । 206 ରନ ଟେଷ୍ଟରେ ପୂଜାରାଙ୍କ ସର୍ବାଧିକ ସ୍କୋର । ଜନ୍ମଦିନରେ କ୍ରୀଡାଜଗତ ପକ୍ଷରୁ ପୂଜାରାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ABOUT THE AUTHOR

...view details