ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା ଆଇସିସି ଟେଷ୍ଟ ଚମ୍ପିଆନସିପକୁ ନେଇ ବଡ ବୟାନ ରଖିଛନ୍ତି । ଟି-20 ବିଶ୍ବକପ କିମ୍ବା ଦିନିକିଆ ବିଶ୍ବକପ ଠାରୁ ଟେଷ୍ଟ ଚମ୍ପିଆନସିପ ବିଜୟ ବୃହତର ବୋଲି କହିଛନ୍ତି ପୂଜାରା । 32 ବର୍ଷୀୟ ପୂଜାରା ଭାରତୀୟ ଟେଷ୍ଟ ବ୍ୟାଟିଂ ଲାଇନଅପର ପ୍ରମୁଖ ସଦସ୍ୟ । ନ୍ୟୁଜିଲାଣ୍ଡ ବିପକ୍ଷ 2ଟିକିଆ ଟେଷ୍ଟ ସିରିଜ ପୂର୍ବରୁ ଏପରି କହିଛନ୍ତି ପୂଜାରା ।
'ବିଶ୍ବକପ ବିଜୟ ଠାରୁ ଟେଷ୍ଟ ଚମ୍ପିଆନସିପ ବୃହତମ ବିଜୟ' - ଆଇସିସି ଟେଷ୍ଟ ଚମ୍ପିଆନସିପ
ଟିମ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା ଆଇସିସି ଟେଷ୍ଟ ଚମ୍ପିଆନସିପକୁ ନେଇ ବଡ ବୟାନ ରଖିଛନ୍ତି । ଟି-20 ବିଶ୍ବକପ କିମ୍ବା ଦିନିକିଆ ବିଶ୍ବକପ ଠାରୁ ଟେଷ୍ଟ ଚମ୍ପିଆନସିପ ବିଜୟ ବୃହତର ବୋଲି କହିଛନ୍ତି ପୂଜାରା ।

ଚେତେଶ୍ବର ପୂଜାରା
ପୂଜାରା କହିଛନ୍ତି "କୌଣସି ବଡ କ୍ରିକେଟରଙ୍କୁ ପଚାରିଲେ କ୍ରିକେଟର ଲମ୍ବା ଫର୍ମାଟ, ଟେଷ୍ଟ କ୍ରିକେଟ ସବୁଠାରୁ ଅଧିକ ଚ୍ୟାଲେଞ୍ଜ ପୂର୍ଣ୍ଣ ହୋଇଥାଏ ବୋଲି ଉତ୍ତର ମିଳିଥାଏ"। ଟେଷ୍ଟ କ୍ରିକେଟରୁ ଅଧିକ ଗ୍ରହଣୀୟ ଓ ପ୍ରତିଯୋଗୀତ ମୂଳକ କରିବା ପାଇଁ ଆଇିସିସି ନିଷ୍ପତ୍ତି ନେଇଛି । ଏନେଇ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଖେଳାଯାଉଛି । ଏଯାବତ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଭାରତ ।