ଓଡିଶା

odisha

ଚେନ୍ନାଇ ଟେଷ୍ଟ, 5ମ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଭାରତ 144/6

By

Published : Feb 9, 2021, 12:33 PM IST

ଭାରତ- ଇଂଲଣ୍ଡ ପ୍ରଥମ ଟେଷ୍ଟର ଅନ୍ତିମ ଦିନର ଲଢେଇ ଜାରି ରହିଛି । ପ୍ରଥମ ଟେଷ୍ଟ ମ୍ୟାଚର ଏହି 5ମ ଦିନର ଲଞ୍ଚ ବ୍ରେକ ସୁଦ୍ଧା 6 ଓ୍ବିକେଟ ହରାଇ 144ରନ୍‌ କରିଛି । ଏପଟେ ବିରାଟ(45) ଓ ଆର ଅଶ୍ବିନ(2) କ୍ରିଜରେ ରହିଛନ୍ତି ।

ଚେନ୍ନାଇ ଟେଷ୍ଟ, 5ମ ଦିନ:ଲଞ୍ଚ ବ୍ରେକ ସୁଦ୍ଧା ଭାରତ 144/6
ଚେନ୍ନାଇ ଟେଷ୍ଟ, 5ମ ଦିନ:ଲଞ୍ଚ ବ୍ରେକ ସୁଦ୍ଧା ଭାରତ 144/6

ଚେନ୍ନାଇ: ଭାରତ- ଇଂଲଣ୍ଡ ପ୍ରଥମ ଟେଷ୍ଟର ଅନ୍ତିମ ଦିନର ଲଢେଇ ଜାରି ରହିଛି । ଇଂଲଣ୍ଡ ଦଳ ଭାରତକୁ ଜିତିବା ପାଇଁ 420ରନ୍‌ର ବିଶାଳ ଲକ୍ଷ୍ୟ ଦେଇଥିଲା । ତେବେ ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଭାରତକୁ 381ରନ୍‌ ସଂଗ୍ରହ କରିବାକୁ ଥିଲା । ମ୍ୟାଚର ଏହି 5ମ ଦିନର ଲଞ୍ଚ ବ୍ରେକ ସୁଦ୍ଧା 6 ଓ୍ବିକେଟ ହରାଇ 144ରନ୍‌ କରିଛି । ଏପଟେ ବିରାଟ(45) ଓ ଆର ଅଶ୍ବିନ(2) କ୍ରିଜରେ ରହିଛନ୍ତି ।

ତେବେ ଭାରତକୁ ପ୍ରଥମ ଟେଷ୍ଟ ଜିତିବାକୁ 276 ରନ୍‌ର ଆବଶ୍ୟକତା ରହିଥିବାବେଳେ ଇଂଲଣ୍ଡଦଳ 4 ଓ୍ବିକେଟ ହାତେଇ ପ୍ରଥମ ଟେଷ୍ଟ ନିଜ ନାଁରେ କରିବା ଲକ୍ଷ୍ୟରେ ରହିଛି ।

ଭାରତ ପକ୍ଷରୁ ରୋହିତ ଶର୍ମା 12, ଶୁଭମନ ଗିଲ 50, ପୂଜାରା 15, ରାହାଣେ 0, ପନ୍ତ 11, ଓ୍ବାସିଂଟନ ସୁନ୍ଦର 0ରନ୍‌ରେ ଆଉଟ୍‌ ହୋଇଛନ୍ତି । ଇଂଲଣ୍ଡ ପକ୍ଷରୁ ଜେମ୍ସ 3 ଓ ଜ୍ୟାକ 2ଟି , ବେସ୍‌ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ସୂଚନାଥାଉକି, ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ରୋହିତ ଶର୍ମାଙ୍କ ୱିକେଟ ହରାଇ 39 ରନ ସଂଗ୍ରହ କରିଥିଲା । ଫଳରେ ଶେଷ ଦିନରେ ବିଜୟ ପାଇଁ 381 ରନ ଆବଶ୍ୟକ ରହିଥିଲା ।

ପ୍ରଥମ ଇଂନିସରେ ଜୋ ରୁଟ୍‌ଙ୍କ ଦ୍ବିଶତକ ବଳରେ 578 ରନର ବିଶାଳ ସ୍କୋର କରିଥିଲା ଭ୍ରମଣକାରୀ ଦଳ । ଜବାବରେ ଭାରତ 337 ରନରେ ସମସ୍ତ ୱିକେଟ ହରାଇଥିଲା । ତେବେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନ ପୁଣି ଭାରତ ପାଇଁ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ନିଜର ସ୍ପିନ ଜାଲରେ ଫସାଇ ଲୋକାଲ ବୟ ଅଶ୍ବିନ ଦ୍ବିତୀୟ ଇଂନିସରେ 6ଜଣ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ । ଫଳରେ ମାତ୍ର 178 ରନରେ ଇଂଲଣ୍ଡର ଦ୍ବିତୀୟ ଇଂନିସ ସମାପ୍ତ ହୋଇଯାଇଥିଲା ।

ABOUT THE AUTHOR

...view details