ଓଡିଶା

odisha

ETV Bharat / sports

ଇଂଲଣ୍ଡ ବିପକ୍ଷରେ ଭାରତର ସ୍ପିନ ରଣନୀତି, ଚାପେଲଙ୍କ ସମର୍ଥନ

ଯୁବ ସ୍ପିନର ଅକ୍ଷର ପଟେଲ ଓ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନଙ୍କ ଘାତକ ବୋଲିଂ ବଳରେ ପିଙ୍କ୍‌ ବଲ ଟେଷ୍ଟରେ 10 ୱିକେଟ ବିଜୟୀ ହୋଇଥିଲା ଭାରତ । ଏଥିସହ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 2-1ରେ ଆଗୁଆ ରହିଛି । ଅଧିକ ପଢନ୍ତୁ....

Chappell applauds India's strategy to produce rank turner for England
ଇଂଲଣ୍ଡ ବିପକ୍ଷରେ ଭାରତର ସ୍ପିନ ରଣନୀତି, ଚାପେଲଙ୍କ ସମର୍ଥନ

By

Published : Feb 28, 2021, 9:28 PM IST

ଲଣ୍ଡନ:ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଇଆନ ଚାପେଲ ଭାରତର ରଣନୀତିକୁ ସମର୍ଥନ କରିଛନ୍ତି । ଇଂଲଣ୍ଡ ବ୍ୟାଟ୍ସମ୍ୟାନ ସ୍ପିନ ବିପକ୍ଷରେ ସଂଘର୍ଷ କରୁଥିବାର ଫାଇଦା ଉଠାଇବାକୁ ଚାହୁଁଛି ଭାରତ ।

ଯୁବ ସ୍ପିନର ଅକ୍ଷର ପଟେଲ ଓ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନଙ୍କ ଘାତକ ବୋଲିଂ ବଳରେ ପିଙ୍କ୍‌ ବଲ ଟେଷ୍ଟରେ 10 ୱିକେଟ ବିଜୟୀ ହୋଇଥିଲା ଭାରତ । ଏଥିସହ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 2-1ରେ ଆଗୁଆ ରହିଛି ।

ଅକ୍ଷର ପ୍ରଥମ ଇଂନିସରେ 6 ଓ ଦ୍ବିତୀୟ ଇଂନିସରେ 5 ୱିକେଟ ସହ ମୋଟ 11 ୱିକେଟ ହାତେଇଥିଲେ । ଅନ୍ୟପଟେ ଅଶ୍ବିନ ମଧ୍ୟ 7ଟି ୱିକେଟ ହାସଲ କରିଥିଲେ ।

ଇଆନ ଚାପେଲ

ମାତ୍ର ଦୁଇ ଦିନ ମଧ୍ୟରେ ମ୍ୟାଚ ଶେଷ ହେବାପରେ ପିଚ୍‌କୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ମାତ୍ର ଭାରତରେ ଥିବା ପ୍ରାୟ ସମସ୍ତ ପିଚ୍‌ ପୂର୍ବରୁ ସ୍ପିନ ବୋଲିଂ ଅନୁକୂଳ ରହିଛି । ସିରିଜର ଶେଷ ଟେଷ୍ଟ ସମାନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ଜିତିଲେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ନ୍ୟୁଜିଲାଣ୍ଡ ସହ ଖେଳିବ ।

ଇଂଲଣ୍ଡ ବିପକ୍ଷରେ ଭାରତର ସ୍ପିନ ରଣନୀତି, ଚାପେଲଙ୍କ ସମର୍ଥନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details