କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ଗତ କିଛି ସମୟ ଧରି ସାରା ବିଶ୍ବରେ ଚାଲିଥିବା ‘ବ୍ଲାକ୍ ଲାଇଭସ୍ ମ୍ୟାଟର୍’ ଆନ୍ଦୋଳନକୁ ନେଇ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି ।
ମେ ମାସରେ ମିନିନାପଲିସ୍ ପୋଲିସ କର୍ମଚାରୀଙ୍କ ଦ୍ବାରା ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରଠାରୁ ଏହି ଆନ୍ଦୋଳନ ଜାରି ରହିଛି। ସମଗ୍ର ବିଶ୍ବର ଆଥଲେଟମାନେ ମଧ୍ୟ ନିଜ ନିଜ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଆଣ୍ଠୁ ମାଡ଼ି ଆନ୍ଦୋଳନରେ ଅଂଶଗ୍ରହଣ କରିଛନ୍ତି ।
ସଙ୍ଗାକରା କହିଛନ୍ତି ଯେ, ‘‘ଜାତି-ବର୍ଣ୍ଣ ଭେଦ ବିରୋଧରେ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର, ସେ କହିଛନ୍ତି ଯେ ପିଲାମାନଙ୍କୁ ପ୍ରକୃତ ଇତିହାସ ବିଷୟରେ ଶିକ୍ଷା ଦିଆଯିବା ଉଚିତ ଏବଂ ଏହାର ବଦଳାଯାଇଥିବା ସଂସ୍କରଣ ବିଷୟରେ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ପରିବର୍ତ୍ତନ ତୁରନ୍ତ ଘଟିବ ନାହିଁ କିନ୍ତୁ ଏହା ଏକ ଦୀର୍ଘ ଲଢ଼େଇ ଏବଂ ସମଗ୍ର ବିଶ୍ବ ଏଥିରେ ଭାଗ ନେବାକୁ ପଡିବ।’’
ସାଙ୍ଗାକାରା କ୍ରିକବଜକୁ କହିଛନ୍ତି, ‘‘ଯଦି ଆପଣ ବ୍ଲାକ ଲାଇଭସ୍ ମ୍ୟାଟର୍ , ଜାତିଭେଦ ଏବଂ ବର୍ଣ୍ଣ ବେଦ ବିଷୟରେ କଥା ହେଉଛନ୍ତି ତେବେ ମୁଁ ଭାବୁଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଆମ ପିଲାମାନଙ୍କୁ ଇତିହାସ ବିଷୟରେ ଶିକ୍ଷା ଦେବା ।’’