ମୁମ୍ବାଇ: ଦେଶରେ ଜଳୁଛି ପ୍ରତିଶୋଧର ନିଆଁ । ଗୁରୁବାର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ 46 ଜଣ ଯବାନ ଶହୀଦ ହେବା ପରେ ଦେଶରେ ପାକିସ୍ତାନ ବିରୋଧୀ ନାରା ଜୋର ଧରିଛି । ତେବେ ଏହି କ୍ରମରେ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ବାତିଲ କରିବାକୁ ଦାବି କରାଯାଇଛି । ଏଥିସହିତ ପାକିସ୍ତାନକୁ କଡା ନିନ୍ଦା ଓ ସମସ୍ତ କ୍ଷେତ୍ରରେ ବାସନ୍ଦ ପାଇଁ ଦାବି ଦେଉଛି । ଦେଶରେ ପାକିସ୍ତାନ ବିରୋଧୀ ନାରା ଜୋର ଧରିଛି ।
ରବିବାର ସିସିଆଇ (କ୍ରିକେଟ୍ କ୍ଳବ୍ ଅଫ୍ ଇଣ୍ଡିଆ)ର ସଚ୍ଚିବ ସୁରେଶ ବାଫନା ବିସିସିଆଇକୁ ଅନୁରୋଧ କରି କହିଛନ୍ତି ଆଗମୀ ବିଶ୍ବକପରେ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ଅନୁଚିତ । ସୂଚନାଥାଉ କି, ଆସନ୍ତା ମେ 30ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ଯେଉଁ ଥିରେ ଜୁନ 16ତାରିଖରେ ପାକିସ୍ତାନ ବିପକ୍ଷରେ ଓଲ୍ଡ ଟ୍ରାଫର୍ଡଠାରେ ଭାରତ ମ୍ୟାଚ ଖେଳିବ ।