ଓଡିଶା

odisha

ETV Bharat / sports

ଡ୍ରେସିଙ୍ଗ ରୁମକୁ ଫେରିବା ପାଇଁ ଅଧୀର ପୂଜାରା - ଚେତେଶ୍ବର ପୂଜାରା

ପୁରୁଣା ଦିନ ମନେ ପକାଇଲେ ପୂଜାରା । ଡ୍ରେସିଙ୍ଗ ରୁମକୁ କରୁଛନ୍ତି ମିସ, ଟ୍ବିଟରରେ ସେୟାୟ କଲେ ଫଟୋ । ଅଧିକ ପଢ଼ନ୍ତୁ...

Can not wait to get back into that dressing room, cheteswar Pujara, ଚେତେଶ୍ବର ପୂଜାରା, ଡ୍ରେସିଙ୍ଗ ରୁମକୁ ଫେରିବା ପାଇଁ ଅଧୀର ପୂଜାରା
ଡ୍ରେସିଙ୍ଗ ରୁମକୁ ଫେରିବା ପାଇଁ ଅଧୀର ପୂଜାରା

By

Published : Jul 3, 2020, 2:04 AM IST

ନୂଆଦିଲ୍ଲୀ: ଗତ ବର୍ଷ ଅଷ୍ଟ୍ରେଲିଆରେ ସିରିଜ ବିଜୟ ଉତ୍ସବ ପାଳନ କରୁଥିବା ଭାରତୀୟ ଟେଷ୍ଟ ଦଳର ଏକ ଫଟୋ ଚେତେଶ୍ବର ପୂଜାରା ସେୟାର କରିଛନ୍ତି, ଏବଂ କହିଛନ୍ତି ଯେ ଡ୍ରେସିଙ୍ଗ ରୁମରେ ଖେଳାଳିଙ୍କ ମଧ୍ୟରେ ଫେରିବା ପାଇଁ ସେ ଅପେକ୍ଷା କରି ପାରୁନାହାନ୍ତି । ପୂଜାରା ଶେଷ ଥର ପାଇଁ ମାର୍ଚ୍ଚରେ ଖ୍ରୀଷ୍ଟଚର୍ଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତ ପାଇଁ ଖେଳିଥିଲେ।

‘‘ସାଥୀ ମାନଙ୍କ ସହ ବୁଲିବାକୁ ମିସ କରୁଛି । ସେହି ଡ୍ରେସିଂ ରୁମକୁ ଫେରିବା ପାଇଁ ଆଉ ଅପେକ୍ଷା କରି ହେଉନି । #ଥ୍ରୋବ୍ୟାକଥର୍ସଡେ #ଗୁଡଡାଇମ୍ସ ।’’ ବୋଲି ଟ୍ବିଟ ଏକ ଫଟୋ ସହ ଟ୍ବିଟ କରିଛନ୍ତି ପୂଜାରା । ଏହି ଫଟୋରେ ତାଙ୍କ ସହ ବୋର୍ଡର ଗାଭାସ୍କର ଟ୍ରଫିକୁ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ମୁରଲୀ ବିଜୟ, ଇଶାନ୍ତ ଶର୍ମା ଏବଂ ଜସପ୍ରୀତ ବୁମରା ଧରି ଥିବାର ନଜର ଆସୁଛନ୍ତି ।

2018/19 ସିରିଜ ପ୍ରଥମ ଥର ପାଇଁ କୌଣସି ଏସୀୟ ଦଳ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଡାଉନ୍ ଅଣ୍ଡରକୁ ପରାସ୍ତ କରିବାରେ ସଫଳ ହୋଇଥିଲା । ପୂଜାରା ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଥିଲେ, 74.42 ଆଭରେଜରେ 521 ରନ ସହ ସିରିଜର ସର୍ବାଧିକ ସ୍କୋରର ହୋଇଥିଲେ ସେ। ଏହା ପରେ ଭାରତ ପରବର୍ତ୍ତୀ ଦିନିକିଆ ସିରିଜ ଜିତିବା ସହିତ ଯାତ୍ରାକୁ ଏକ ଉଚ୍ଚ ସଫଳତାର ସହ ଶେଷ କରିଥିଲା ।

ବର୍ଷ ଶେଷରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-20 ବିଶ୍ବକପ ଉପରେ ସନ୍ଦେହର ଛାୟା ସହିତ ଭାରତର ପରବର୍ତ୍ତୀ ସିରିଜ ଅଷ୍ଟ୍ରେଲିଆ ସହ ହିଁ ହେବାକୁ ଅଛି । କ୍ରିକେଟ ଅଷ୍ଟ୍ରେଲିଆ ଏହା ପୂର୍ବରୁ ଡିସେମ୍ବର 3ରେ ଆରମ୍ଭ ହେବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ କାର୍ଯ୍ୟସୂଚୀ ନିଶ୍ଚିତ କରିଛି।

ପୂଜାରା ଶେଷ ଥର ପାଇଁ ଖ୍ରୀଷ୍ଟଚର୍ଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତ ପାଇଁ ଖେଳିଥିଲେ। ଏହା ମଧ୍ୟ ଘଟଣାକ୍ରମେ ଶେଷ ମ୍ୟାଚ ଥିଲା ଯେଉଁଥିରେ ଭାରତ ଖେଳିଥିଲା କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ଧୋଇ ହୋଇଯାଇଥିଲା ଏବଂ କରୋନାଭାଇରସ ମହାମାରୀ ହେତୁ ସିରିଜର ବାକିତକ ମ୍ୟାଚ ସ୍ଥଗିତ ରଖାଯାଇଥିଲା ।

@IANS

ABOUT THE AUTHOR

...view details