ପୁନେ: ପୂର୍ବତନ ଭାରତୀୟ କ୍ୟାପଟେନ ସୁନୀଲ ଗାଭାସ୍କରଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋଙ୍କ କଟାକ୍ଷ । ଟେଷ୍ଟ କ୍ରିକେଟ ଖେଳିବାକୁ ବେୟାରଷ୍ଟୋ, ଆଗ୍ରହୀ ନଥିବା ଗାଭାସ୍କରଙ୍କ ଟିପ୍ପଣୀ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ନିଜେ ବେୟାରଷ୍ଟୋ ।
"ମୋ ବିଷୟରେ ପ୍ରତିକ୍ରିୟା ରଖିବା ପୂର୍ବରୁ ମୋତେ ଫୋନ୍ କରି ପଚାରନ୍ତୁ । ମୁଁ ସହିତ କଥାବାର୍ତ୍ତା ନହୋଇ କିପରି ମୋର ଇଚ୍ଛା ବିଷୟରେ ଜାଣିଗଲେ" ବୋଲି ପ୍ରଶ୍ନ କରିଛନ୍ତି ଇଂଲିସ ବ୍ୟାଟ୍ସମ୍ୟାନ ।
ଦ୍ବିତୀୟ ଦିନିକିଆ ମ୍ୟାଚରେ ବେୟାରଷ୍ଟୋ କ୍ୟାରିୟରର 11ତମ ଦିନିକିଆ ଶତକ ହାସଲ କରିବା ସହ ଇଂଲଣ୍ଡକୁ 337 ରନର ବିଜୟ ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ବେୟାରଷ୍ଟୋଙ୍କ 124 ରନର ମ୍ୟାଚ ବିଜୟୀ ଶତକୀୟ ଇଂନିସ ଓ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ବିସ୍ଫୋରକ 99 ରନ ବଳରେ ଦ୍ବିତୀୟ ଦିନିକିଆକୁ 39 ବଲ୍ ବାକିଥାଇ ଜିତିନେଇଥିଲା ଭ୍ରମଣକାରୀ ଦଳ ।