ଗୌହାଟୀ: ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ଆମାସ ତ୍ରୀପୁରା ଆଦି ରାଜ୍ୟରେ ଆନ୍ଦୋଳନ ଜାରି ରହିଛି । ତେବେ ଏହି ଆନ୍ଦୋଳନ ହିଂସାର ରୂପ ନେବାପରେ କର୍ଫ୍ୟୁ ଜାରି ହୋଇଛି । ଫଳରେ ଗୌହାଟୀ ଓ ଅଗରତାଲାରେ ଖେଳାଯାଉଥିବା ରଣଜୀ ମ୍ୟାଚକୁ ବାତିଲ କରାଯାଇଛି ।
ଆସାମ ପ୍ରଥମ ମ୍ୟାଚରେ ଏସଏସସିବି (ସର୍ଭିସ ସ୍ପୋର୍ଟସ କଣ୍ଟ୍ରୋଲ ବୋର୍ଡ) ମଧ୍ୟରେ ମୁକାବିଲା ଚାଲିଥିଲା । ଅନ୍ୟପଟେ ତ୍ରୀପୁରା-ଝାରଖଣ୍ଡ ମଧ୍ୟରେ ମୁକାବିଲା ହେଉଥିଲା । " ଆମେ ରାଜ୍ୟ କ୍ରିକେଟ ଆସୋସିଏସନକୁ ମ୍ୟାଚ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛୁ । ସମସ୍ତ ଖେଳାଳି ଓ ପରିଚାଳନା ଅଧିକାରୀଙ୍କୁ ହୋଟଲ ଭିତରେ ରହିବାକୁ କୁହାଯାଇଛି । ଏପରି ସମୟରେ ଖେଳାଳିଙ୍କ ସୁରକ୍ଷା ଆମ ପାଇଁ ପ୍ରାଥମିକତା " । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ବିସିସିଆଇ କ୍ରିକେଟ ପରିଚାଳନା ଜେନେରାଲ ମ୍ୟାନେଜର ସାବା କରିମ । ଏହି ମ୍ୟାଚ ପରେ ପୁନଃ ଖେଳାଯିବ ଅଥବା 2 ଟିମ ମଦ୍ୟରେ ପଏଣ୍ଟ ଭାଗହେବ ଏନେଇ ନିଷ୍ପତ୍ତି ପରେ ଜଣାଇଦିଆଯିବ ।