କୋଲକାତା: କୋରୋନା ପାଇଁ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ (ସିଏବି) ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚର ଟିକେଟ ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।
ସରକାରଙ୍କ ସହ ଆଲୋଚନା ପରେ ସିଏବି ସଭାପତି ଅଭିଷେକ ଡାଲମିଆ ଏହା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଇଥିବା ଉପଦେଶକୁ ପାଳନ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି । ତେବେ ଏହି ମ୍ୟାଚ ଇନଡୋରରେ ଖେଳାଯିବ ବୋଲି କୁହାଯାଉଛି ।