ଓଡିଶା

odisha

ETV Bharat / sports

ଚଳିତ ବର୍ଷ ଟି-20 ବିଶ୍ବକପ ଆୟୋଜନ ନେଇ ଅରାଜି ଅଷ୍ଟ୍ରେଲିଆ

ମହାମାରୀ କୋରୋନା ଭାଇରସ ଯୋଗୁଁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଆଇସିସି ଟି-20 ବିଶ୍ବକପ ଆୟୋଜନ ପାଇଁ ଅରାଜି ଅଷ୍ଟ୍ରେଲିଆ ।

By

Published : May 29, 2020, 2:39 PM IST

CA wants hosting rights for 2021 WT20, writes to ICC: Reports
ଚଳିତ ବର୍ଷ ଟି-20 ବିଶ୍ବକପ ଆୟୋଜନ ନେଇ ଅରାଜି ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ମହାମାରୀ କୋରୋନା ଭାଇରସ ଯୋଗୁଁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଆଇସିସି ଟି-20 ବିଶ୍ବକପ ଆୟୋଜନ ପାଇଁ ଅରାଜି ଅଷ୍ଟ୍ରେଲିଆ । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇିସିସି)କୁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଅନୁରୋଧ କରାଯାଇଛି।

କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଚେୟାରମ୍ୟାନ ଇର୍ଲ ଏଡିଙ୍ଗ୍ସ, ଆଇସିସିର ଆର୍ଥିକ ଓ ବାଣିଜ୍ୟିକ ବିଭାଗକୁ ଏକ ଚିଠି ଲେଖିଛନ୍ତି । ଚିଟିରେ କୋରୋନା ଭାଇରସ ସମୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନଇ ଅନିଚ୍ଛା ପ୍ରକାଶ କରିଛି ବୋର୍ଡ । ଫଳରେ 2020 ଟି-20 ବିଶ୍ବକପକୁ ଅନ୍ୟ ସମୟରେ କରାଇବାକୁ ଚିଠିରେ ଅନୁରୋଧ କରାଯାଇଛି ।

ତେବେ ଆସନ୍ତାବର୍ଷ ଶେଷ ଭାଗରେ କ୍ରିକେଟ ଅଷ୍ଟ୍ରେଲିଆ ଟି-20 ବିଶ୍ବକପ ଆୟୋଜନ ପାଇଁ ଇଚ୍ଛାପ୍ରକାଶ କରିଛି । ତେବେ ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହରଙ୍କ ସଭାପତିତ୍ବରେ ଆଇସିସି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜୁନ 10 ପର୍ଯ୍ୟନ୍ତ ଚୁଡାନ୍ତ ନିଷ୍ପତି ନେଇ ଅପେକ୍ଷା କରାଯାଇଛି । ତେବେ ଜୁନ 10ରେ ହିଁ 2020 ଟି-20 ବିଶ୍ବକପର ଭାଗ୍ୟ ନିର୍ଣ୍ଣୟ ହେବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details