ଓଡିଶା

odisha

ETV Bharat / sports

ଜାତିଆଣ ଆକ୍ଷେପକାରୀ ଚିହ୍ନଟ ପାଇଁ ଅସମର୍ଥ, ଆଇସିସିକୁ ସିଏର ରିପୋର୍ଟ - couldn't identify racially abused

ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିବା ଦର୍ଶକ ଚିହ୍ନଟ ହୋଇପାରିଲେନି । ଆଇସିସିକୁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏହା କୁହାଯାଇଛି । ଅଧିକ ପଢନ୍ତୁ...

CA tells ICC it couldn't identify those who racially abused Indian players: report
ଜାତିଆଣ ଆକ୍ଷେପକାରୀ ଚିହ୍ନଟ ପାଇଁ ଅସମର୍ଥ, ଆଇସିସିକୁ ସିଏର ରିପୋର୍ଟ

By

Published : Jan 26, 2021, 11:03 PM IST

ସିଡନୀ:ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିବା ଦର୍ଶକ ଚିହ୍ନଟ ହୋଇପାରିଲେନି । ଆଇସିସିକୁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏହା କୁହାଯାଇଛି । ଯେଉଁ 6ଜଣଙ୍କୁ ଦର୍ଶକ ଗ୍ୟାଲେରୀଙ୍କୁ ବାହାର କରାଯାଇଥିଲା ସେମାନେ ପ୍ରକୃତ ଦୋଷୀ ନୁହଁନ୍ତି ।

ଜାତିଆଣ ଆକ୍ଷେପକାରୀ ଚିହ୍ନଟ ପାଇଁ ଅସମର୍ଥ, ଆଇସିସିକୁ ସିଏର ରିପୋର୍ଟ

ମଙ୍ଗଳବାର ଏକ ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ "କ୍ରିକେଟର ଅଷ୍ଟ୍ରେଲିଆ ପକ୍ଷରୁ ଘଟଣାର ତଦନ୍ତ କରୁଥିବା ଅଧିକାରୀ ଭାରତୀୟ ବୋଲର ମହମ୍ମଦଜ ସିରାଜଙ୍କୁ ଜାତିଆଣ ଆକ୍ଷେପ କରିଥିବା ଯୋଗୁଁ ଷ୍ଟାଡିୟମରୁ ବାହାର ହୋଇଥିବା 6 ଜଣ ଦର୍ଶକଙ୍କୁ କ୍ଳିନଚିଟ ଦେଇଛି । ଅଭିଯୋଗ ପରେ କ୍ରିକେଟ ଅଷ୍ଟ୍ରେଲିଆର ଏକ ତଦନ୍ତକାରୀ ଟିମ ଏହାର ତଦନ୍ତ କରୁଥିଲା । 14 ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଆଇସିସି ପକ୍ଷରୁ ନିର୍ଦ୍ଦେଶ ରହିଥିଲା ।

ରିପୋର୍ଟରେ କୁହାଯାଇଛି, ସିଏ ପକ୍ଷରୁ ଆଇସିସିକୁ ଦିଆଯାଇଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ଖେଳାଳିଙ୍କୁ ଆକ୍ଷେପ କରାଯାଇଛି । ମାତ୍ର ଦୋଷୀଙ୍କୁ ଚିହ୍ନଟ କରିବାକୁ ଅସମର୍ଥ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details