ସିଡନି: ସିଡନି କ୍ରିକେଟ ଗ୍ରାଉଣ୍ଡ(SCG)ରେ ହେବ ବୁସଫାୟର କ୍ରିକେଟ ବାସ । ଏନେଇ ସ୍ପଷ୍ଟ କରିଛି କ୍ରିକେଟ ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଏକ ଚାରିଟି ପକ୍ଷରୁ ବୁସଫାୟାର କ୍ରିକେଟ ବାସ ଖେଳାଯାଉଛି । ଏହି ମ୍ୟାଚରେ ବିଶ୍ବର ପ୍ରାୟ ସମସ୍ତ କିମ୍ବଦନ୍ତୀ କ୍ରିକେଟର ଅଂଶଗ୍ରହଣ କରୁଛନ୍ତି । ଏଥିରୁ ଆୟ ସମସ୍ତ ଅର୍ଥରାଶିଙ୍କୁ କ୍ଷତିଗ୍ରସ୍ତ ପରିବାରର ଭରଣା ପାଇଁ ପ୍ରଦାନ କରାଯିବ।
ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ବୁସଫାୟର କ୍ରିକେଟ ବାସ - Bushfire relief fundraiser match
ସିଡନୀ କ୍ରିକେଟ ଗ୍ରାଉଣ୍ଡ(SCG)ରେ ଖେଳାଯିବ ବୁସଫାୟର କ୍ରିକେଟ ବାସ । ଏନେଇ ସ୍ପଷ୍ଟ କରିଛି କ୍ରିକେଟ ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...
![ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ବୁସଫାୟର କ୍ରିକେଟ ବାସ Bushfire relief fundraiser match](https://etvbharatimages.akamaized.net/etvbharat/prod-images/768-512-5918476-thumbnail-3x2-wc.jpeg)
କ୍ରିକେଟ ଅଷ୍ଟ୍ରେଲିଆର ବିଗ ବାସ ଲିଗ ମୁଖ୍ୟ ଆଲିଷ୍ଟାର ଡବସନ ଏନେଇ ସୂଚନା ଦେଇଛନ୍ତି । ରିକି ପଏଣ୍ଟିଂ ଓ ସେନ ୱାର୍ଣ୍ଣେ ଦୁଇ ଟିମର କ୍ୟାପଟେନ ରହିଛନ୍ତି । ପଏଣ୍ଟିଂ ଏକାଦଶ ଓ ୱାର୍ଣ୍ଣେ ଏକାଦଶ ନାମରେ ଟିମ ଗଠିତ ହୋଇଛି । ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବୋଲର କର୍ଟନି ୱେଲ୍ସ ଉଭୟ ଟିମର କୋଚ ଦାୟିତ୍ବ ତୁଲାଇବେ ।
ନଜର ପକାନ୍ତୁ ବୁସଫାୟାର କ୍ରିକେଟ ବାସରେ ଅଶଂଗ୍ରହଣ କରୁଥିବା ଖେଳାଳିଙ୍କ ଉପରେ...
ସେନ ୱାର୍ଣ୍ଣେ(କ୍ୟାପଟେନ), ରିକି ପଏଣ୍ଟିଂ କ୍ୟାପଟେନ(କ୍ୟାପଟେନ), ଆଡାମ ଗିଲଖ୍ରୀଷ୍ଟ, ଆଲେକ୍ସ ବ୍ଳାକୱେଲ, ଆଣ୍ଡ୍ରେ ସିମଣ୍ଡ୍ସ, ବ୍ରାଡ ଫିଟଲର, ବ୍ରାଡ ହାଡିନ, ବ୍ରେଟ ଲି, ଏଲିସେ ବିଲାନି, ଗ୍ରେସ ହାରିସ, ଜଷ୍ଟିନ ଲାଙ୍ଗର, ଲୁକେ ହେଗଡେ, ମାଥ୍ୟୁ ହେଡେନ, ମାଇକେଲ କ୍ଳାର୍କ, ମାଇକ ହସି, ଫୋବେ ଲିଚଫିଲ୍ଡ , ସେନ ୱାଟସନ, ୱାସିମ ଆକ୍ରମ, ଯୁବରାଜ ସିଂହ , ବ୍ରାଏନ ଲାରା।