ମୁମ୍ବାଇ: ଆଇସିସି ମାନ୍ୟତାର ନମ୍ବର ୱାନ ବୋଲର ଜସପ୍ରୀତ ବୁମରା ଓ ତାଙ୍କ ମା’ ଦଲଜିତ ସୋସିଆଲ ମିଡିଆରେ ବଖାଣିଛନ୍ତି ପ୍ରାରମ୍ଭିକ ଦିନର ସଂଘର୍ଷ କାହାଣୀ । ଯାହାକୁ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସେୟାର କରିଛି ମୁମ୍ବାଇ ଇଣ୍ଡିଆନ୍ସ ।
‘ଦକ୍ଷତା ଓ ପାରଦର୍ଶିତା ଯେକୌଣସିଟି ଆପଣଙ୍କୁ ସଫଳତାର ଶୀର୍ଷରେ ପହଁଞ୍ଚିପାରେ । ମୁଁ ଜଣେ ଏପରି ଯୁବ ଖେଳାଳିଙ୍କ କଥା କହିବି ଯାହାକୁ ମୁମ୍ବାଇ ଇଣ୍ଡିଆନ୍ସ କରିଥିଲା ଆବିଷ୍କାର ।’ ଲଣ୍ଡନରେ ଆୟୋଜିତ ସ୍ପୋର୍ଟସ ବିଜନେସ ସମ୍ମିଳନୀରେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନିତା ଅମ୍ବାନୀ ଏପରି କିଛି କହିଥିଲେ ଓ ଭିଡିଓରେ ଦେଖାଇଥିଲେ ବୁମରାଙ୍କ ସଫଳତାର କାହାଣୀ । ବୁମରାଙ୍କ ମା ଦଲଜିତ କହିଥିଲେ ଯେ, ଯେତେବେଳେ ଜସପ୍ରୀତ ମାତ୍ର 5 ବର୍ଷର ହୋଇଥିଲେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା ।