ଓଡିଶା

odisha

ETV Bharat / sports

ଆଇପିଏଲରେ ବୁମରାଙ୍କ ଆଠ ବର୍ଷ, କୋହଲିଙ୍କୁ କରିଥିଲେ ପ୍ରଥମ ଶିକାର - ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ 2013, ଏପ୍ରିଲ 4ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆଇପିଏଲ ଡେବ୍ୟୁ କରିଥିଲେ ବୁମରା । ଅଧିକ ପଢନ୍ତୁ...

Brilliant Bumrah completes 8 years in IPL
ଆଇପିଏଲରେ ବୁମରାଙ୍କ ଆଠବର୍ଷ, କୋହଲି ଥିଲେ ପ୍ରଥମ ଶିକାର

By

Published : Apr 4, 2021, 5:41 PM IST

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ରେ 8 ବର୍ଷ ପୂରଣ କରିଛନ୍ତି ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା । ବର୍ଷ 2013, ଏପ୍ରିଲ 4ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ଡେବ୍ୟୁ କରିଥିଲେ ବୁମରା । ଏହାପରେ ସବୁକିଛି ଯେପରି ସଫଳତମ ଯାତ୍ରାର ସ୍ବର୍ଣ୍ଣିମ ଇତିହାସ ପାଲଟିଯାଇଛି । କେବଳ ନିଜର ଫ୍ରାଞ୍ଜାଇଜ ପାଇଁ ନୁହେଁ, ବରଂ ଟିମ ଇଣ୍ଡିଆର ମଧ୍ୟ ପ୍ରମୁଖ ସଦସ୍ୟ ହୋଇଛନ୍ତି ବୁମରା ।

8ବର୍ଷତଳେ ଆଇପିଏଲ ଡେବ୍ୟୁ କରିଥିବା ବୁମରା, 'କାଲି ପରି ଲାଗୁଛି' ବୋଲି ଟ୍ବିଟରେ ଲେଖିଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆଇପିଏଲ ଡେବ୍ୟୁ ମ୍ୟାଚର ପ୍ରଥମ ଓଭରରେ 3ଟି ଚୌକା ଖାଇବା ପରେ ବିରାଟ କୋହଲିଙ୍କ ୱିକେଟ ଅକ୍ତିଆର କରିଥିଲେ । କୌତୁହଳର କଥା ଏହା ଯେ, ବୁମରାଙ୍କ 100ତମ ୱିକେଟ ମଧ୍ୟ କୋହଲି ରହିଛନ୍ତି । ଟୁର୍ଣ୍ଣାମେଣ୍ଟର ଗତ ସଂସ୍କରଣରେ ଏହି ସଫଳତା ହାସଲ କରିଥିଲେ ବୁମ ବୁମ୍‌ ବୁମରା ।

ଡେବ୍ୟୁ ଆଇପିଏଲ ମ୍ୟାଚରେ 32 ରନ୍‌ ବ୍ୟୟରେ 3 ୱିକେଟ ହାସଲ କରିଥିଲେ ବୁମରା । ସେହି ସଂସ୍କରଣରେ ମାତ୍ର ଦୁଇଟି ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ ଓ ଦ୍ବିତୀୟ ମ୍ୟାଚରେ ୱିକେଟଶୂନ୍ୟ ରହିଥିଲେ ।

ତେବେ ପରବର୍ତ୍ତୀ ସଂସ୍କରଣରେ ଅର୍ଥାତ 2014 ସଂସ୍କରଣର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରାୟ ସମସ୍ତ ମ୍ୟାଚ ଖେଳିବା ସହ ଫ୍ରାଞ୍ଚାଇଜ ପାଇଁ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ହୋଇଥିଲେ । ଏହାପରେ କେବେ ପଛକୁ ଫେରି ଚାହିଁନାହାନ୍ତି ଏହି ଷ୍ଟାର ଭାରତୀୟ ବୋଲର । କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ଟିମ ଇଣ୍ଡିଆ ପାଇଁ ନିଜକୁ ପ୍ରମାଣିତ କରି ମ୍ୟାଚ ବିଜେତା ସାବ୍ୟସ୍ତ ହୋଇଛନ୍ତି । ଏଥିସହ ମୁମ୍ବାଇ ଇଣ୍ଡିଆନ୍ସ ସହ 4ଟି ଆଇପିଏଲ ଟ୍ରଫି ବିଜେତା ହୋଇଛନ୍ତି ।

2013ରେ ଡେବ୍ୟୁ ପରଠାରୁ ବୁମରା ମୋଟ 92ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି ଓ 109ଟି ୱିକେଟ ହାସଲ କରିଛନ୍ତି । 14 ରନରେ 4ଟି ୱିକେଟ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ।

ଆଇପିଏଲ ଡେବ୍ୟୁର ତିନିବର୍ଷ ପରେ, ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ବୁମରା ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ । 27 ବର୍ଷୀୟ ପେସର ଏଯାବତ 67ଟି ଦିନିକିଆ, 50ଟି ଅନ୍ତର୍ଜାତୀୟ ଟି20 ମ୍ୟାଚ ଦେଶ ପାଇଁ ଖେଳିସାରିଛନ୍ତି । ହ୍ବାଇଟ ବଲର ସମସ୍ତ ଫର୍ମାଟରେ ମୋଟ 167ଟି ୱିକେଟ ନିଜ ନାମରେ କରିଛନ୍ତି । 19ଟି ଟେଷ୍ଟରୁ 83 ୱିକେଟ ସହ 5ଥର 5 ୱିକେଟ ମଧ୍ୟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details