ଓଡିଶା

odisha

ETV Bharat / sports

କୋହଲି ନୁହଁନ୍ତି, ବ୍ରେଟ ଲିଙ୍କ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ - best between Virat Kohli and Steve Smith

ପୂର୍ବତନ ଅଷ୍ଟ୍ରେଲିଆ ପେସର ବ୍ରେଟ ଲି, ବିରାଟ କୋହଲିଙ୍କ ଠାରୁ ଷ୍ଟିଭ ସ୍ମିଥଙ୍କୁ ଶ୍ରେଷ୍ଠ ଭାବେ ଚୟନ କରିଛନ୍ତି । ଜିମ୍ବାଓ୍ବେ ସ୍ପିଡଷ୍ଟାର ପୋମି ମବାଙ୍ଗୱାଙ୍କ ସହ ଇନଷ୍ଟାଗ୍ରାମ ଚାଟ୍ ରେ ଏହା କହିଛନ୍ତି ବ୍ରେଟ ଲି ।

Brett Lee picks the best between Virat Kohli and Steve Smith
କୋହଲି ନୁହଁନ୍ତି, ବ୍ରେଟ ଲିଙ୍କ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ

By

Published : May 26, 2020, 11:51 AM IST

ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲିଆ ପେସର ବ୍ରେଟ ଲି, ବିରାଟ କୋହଲିଙ୍କ ଠାରୁ ଷ୍ଟିଭ ସ୍ମିଥଙ୍କୁ ଶ୍ରେଷ୍ଠ ଭାବେ ଚୟନ କରିଛନ୍ତି । ଜିମ୍ବାଓ୍ବେ ସ୍ପିଡଷ୍ଟାର ପୋମି ମବାଙ୍ଗୱାଙ୍କ ସହ ଇନଷ୍ଟାଗ୍ରାମ ଚାଟ୍ ରେ ଏହା କହିଛନ୍ତି ବ୍ରେଟ ଲି ।

କୋହଲି ଓ ସ୍ମିଥଙ୍କ ମଧ୍ୟରେ ଶ୍ରେଷ୍ଠ ଚୟନ କରିବାକୁ ଲିଙ୍କୁ ପ୍ରଶ୍ନ କରିଥିଲେ ମବାଙ୍ଗୱା । ଉଭୟ ସ୍ମିଥ ଓ କୋହଲି ବିଶ୍ବର ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ଉଭୟଙ୍କୁ ମଧ୍ୟରୁ ଜଣଙ୍କୁ ଚୟନ କରିବା କଷ୍ଟକର ।

ଭାରତୀୟ କ୍ୟାପଟେନ ବିରାଟ କୋହଲି ନିଃସନ୍ଦେହରେ ଜଣେ ଦକ୍ଷ କ୍ରିକେଟର । କ୍ୟାରିୟର ଆରମ୍ଭରେ ବିରାଟ ଅନେକ ସଫଳତା ହାସଲ କରିଛନ୍ତି । ଏହା ତାଙ୍କୁ ଅଧିକ ଅଭିଜ୍ଞ କରିଛି । କୋହଲିଙ୍କ ପାଖରେ ସବୁ ପରିସ୍ଥିତିରେ ସମସ୍ତ ପ୍ରକାର ସଟ୍ ଖେଳିବାର ଦକ୍ଷତା ରହିଛି । ନିଜ ଟିମର ଜଣେ ଦକ୍ଷ କ୍ୟାପଟେନ ହୋଇପାରିଛନ୍ତି ।

ତେବେ କୋହଲିଙ୍କ ତୁଳନାରେ ଷ୍ଟିଭ ସ୍ମିଥଙ୍କ କ୍ୟାରିୟର ଚ୍ୟାଲେଞ୍ଜପୂର୍ଣ୍ଣ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଲ ଟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ 2018ରେ ଗୋଟିଏ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇଥିଲେ ସ୍ମିଥ । ଏହାପରେ ଆସେସ 2019କୁ ସଫଳ ପ୍ରତ୍ୟାବର୍ତ୍ତନ କରି ମ୍ୟାନ ଅଫ ଦ ସିରିଜ ରହିଥିଲେ ।

ଗତ ଦୁଇବର୍ଷ ମଧ୍ୟରେ ଅନେକ ଆହ୍ବାନର ସାମ୍ନା କରିଥିଲେ ମଧ୍ୟ ସ୍ମିଥ ଶ୍ରେଷ୍ଠତାର ପ୍ରମାଣ ଦେଇଛନ୍ତି । ଉଭୟ କୋହଲି ଓ ସ୍ମିଥ ଶ୍ରେଷ୍ଠ, ମାତ୍ର ସଂଘର୍ଷ ଭିତରେ ସଫଳତା ପାଇଁ ସ୍ମିଥଙ୍କୁ ଚୟନ କରିବେ ବୋଲି ବ୍ରେଟ ଲି କହିଛନ୍ତି ।

ଆଇସିସି ଟେଷ୍ଟ ମାନ୍ୟତାରେ ଷ୍ଟିଭ ସ୍ମିଥ ପ୍ରଥମ ସ୍ଥାନରେ ଥିବାବେଳେ, କୋହଲି 2ୟ ସ୍ଥାନରେ ରହିଛନ୍ତି । ତେବେ ଦିନିକିଆ ମାନ୍ୟତାରେ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ସ୍ମିଥ ମଧ୍ୟ ଶ୍ରେଷ୍ଠ 10 ମଧ୍ୟରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details