ମୁମ୍ବାଇ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଘୋଷଣା ହୋଇଛି ଚଳିତ ଆଇପିଏଲର 13 ତମ ସଂସ୍କରଣ ପାଇଁ ଖେଳସୂଚୀ । ଦେଶର ବିତ୍ତଶାଳୀ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଆସନ୍ତା 19 ତାରିଖରୁ ଆରମ୍ଭ ୟୁଏଇର ଆବୁଧାବି ସହରରୁ ଆରମ୍ଭ ହେବାକୁ ଯାଉଛି । ତେବେ ପୂର୍ବ ଯୋଜନା ମୁତାବକ ଆଇପିଏଲ ସିଜିନ ଓପନର ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଏନେଇ ଆଇପିଏଲ୍ ପରିଚାଳନା ପରିଷଦ ରବିବାର ଏହି ଖେଳସୂଚୀ ଜାରି କରିଛି । ତେବେ ପ୍ଲେଅଫ ଓ ଫାଇନାଲ ତାରିଖ ଏଥିଲେ ଉଲ୍ଲେଖ ହୋଇ ନାହିଁ ।
ଘୋଷଣା ହେଲା ଆଇପିଏଲ ଖେଳସୂଚୀ, ଚେନ୍ନାଇ-ମୁମ୍ବାଇ ପ୍ରଥମ ମ୍ୟାଚ
ଆସନ୍ତା 19 ତାରିଖରେ ଆବୁଧାବିରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସିଜିନର ଓପନିଂ ମ୍ୟାଚ ଖେଳାଯିବାର ଉଲ୍ଲେଖ ରହିଛି ।
ପ୍ରଥମ ମ୍ୟାଚ ପରେ ରବିବାର 2ୟ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ । ସେହିପରି ସୋମବାର ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ତୃତୀୟ ମ୍ୟାଚ୍ ଖେଳାଯିବ । ଏହାର ପରବର୍ତ୍ତୀ ମ୍ୟାଚ୍ 22 ସେପ୍ଟେମ୍ବରରେ ରହିଛି । ଯାହା ୟୁଏଇର ଶାରଜା ଠାରେ ଖେଳାଯିବ । ଯେଉଁଠାରେ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ।
ତେବେ ଚଳିତଥର ଟୁର୍ଣ୍ଣାମେଣ୍ଟରେ 10ଟି ଡବଲ ହେର୍ଡର ମ୍ୟାଚ ରହିଛି । ଯାହା ଭାରତୀୟ ସମୟ ଅପରାହ୍ନ 3:30 ଓ ଦୁବାଇ ସମୟ ଅପରାହ୍ନ 2ଟାରୁ ଆରମ୍ଭ ହେବ । ସେହିପରି ସମସ୍ତ ସନ୍ଧ୍ୟା ମ୍ୟାଚ୍ 7.30ରୁ ଆରମ୍ଭ ହେବାର ଯୋଜନା ରହିଛି । ମୋଟ ଉପରେ 24 ଟି ମ୍ୟାଚ୍ ଦୁବାଇରେ, 20 ଟି ଆବୁଧାବିରେ ଏବଂ 12 ଟି ଶାରଜାଠାରେ ଅନୁଷ୍ଠିତ ହେବ। ତେବେ ଅକ୍ଟୋବର 15 ତାରିଖରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଡବଲ ହେଡର ମ୍ୟାଚ ଖେଳାଯିବ । ଯେଉଁଠି ଅପରାହ୍ନ ମ୍ୟାଚରେ ରାଜସ୍ଥାନ ବାଙ୍ଗୋଲରକୁ ଭେଟିବ ଓ ସଂଧ୍ୟ୍ୟା ମ୍ୟାଚରେ ଦିଲ୍ଲୀ କୋଲକତାକୁ ଭେଟିବ । ତେବେ ପରବର୍ତ୍ତି ପର୍ଯ୍ୟାୟରେ ପ୍ଲେ ଅଫ୍ ଏବଂ ଫାଇନାଲ୍ ପାଇଁ ସ୍ଥାନ ଘୋଷଣା କରାଯିବ ।