ମୁମ୍ବାଇ: ହ୍ୱାଇଟ୍ ବଲ କ୍ରିକେଟରେ ରାଜ କରିବା ପରେ ଏବେ ହ୍ୱାଇଟ କ୍ରିକେଟରେ ରାଜ କରିବାକୁ ଯାଉଛନ୍ତି ହିଟ୍ମ୍ୟାନ । ଟେଷ୍ଟ କ୍ରିକେଟରେ ନିମ୍ନକ୍ରମରେ ଖେଳୁଥିବା ଭାରତୀୟ ଦିନିକିଆ ଦଳର ଓପନର ରୋହିତ ଶର୍ମା ଏବେ ଟେଷ୍ଟରେ ଓପନିଂ କରିବାକୁ ଯାଉଛନ୍ତି । ଆସନ୍ତାକାଲି (ଗୁରୁବାର)ଠାରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚରେ ରୋହିତ୍ ଓପନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଚୟନକର୍ତ୍ତା ।
ତେବେ ଦକ୍ଷିଣ ଆଫ୍ରିକା ଓ ଭାରତର ବୋର୍ଡ ପ୍ରେସିଡେଣ୍ଟ ଏକାଦଶ ମଧ୍ୟରେ 3 ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳାଯିବ । ଏହି ବୋର୍ଡ ପ୍ରେସିଡେଣ୍ଟ ଏକାଦଶର ନେତୃତ୍ୱ ମଧ୍ୟ ରୋହିତ ଶର୍ମା ନେବେ । ତେବେ ତାଙ୍କ ସହ ଓପନ କରିବାକୁ ଆସିବେ ଯୁବ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ । ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ରୋହିତଙ୍କୁ 15 ଜଣିଆ ସ୍କ୍ୱାଡ୍ରେ ସାମିଲ କରାଯାଇଥିଲା । ମାତ୍ର ସେ ଗୋଟିଏ ହେଲେ ବି ମ୍ୟାଚ୍ ଖେଳି ନଥିଲେ ।
ଏହି 32 ବର୍ଷିୟ ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ ଏଯାବତ୍ 27ଟି ମ୍ୟାଚ୍ ଖେଳିଛନ୍ତି । ତାଙ୍କ ରନ ରେଟ ରହିଛି 39.62 । ଏଥିରେ 3ଟି ଶତକ ସାମିଲ ରହିଛି । ଯାହା କି ତାଙ୍କ ଟେଷ୍ଟ ଦକ୍ଷାତର ମାପକାଠି ଦେଇ ପାରୁ ନାହିଁ । ରୋହିତ ପୂର୍ବରୁ ଟେଷ୍ଟ ମ୍ୟାଚ୍ରେ ମଧ୍ୟକ୍ରମ ବ୍ୟାଟିଂ କରୁଥିଲେ । ମାତ୍ର ସେତେଟା ଭଲ ପ୍ରଦର୍ଶନ ନ କରି ପାରିବାରୁ ତାଙ୍କୁ ଖେଳାଯାଉ ନଥିଲା । ଯଦି ଆସନ୍ତାକାଲି ମ୍ୟାଚରେ ନୂଆ ସ୍ଥାନରେ ରୋହିତ୍ କ୍ଲିକ୍ କରନ୍ତି । ତେବେ ଟେଷ୍ଟ କ୍ରିକେଟରେ ତାଙ୍କ ସ୍ଥାନ ପକ୍କା ହୋଇ ପାରିବ ।
ଉଲ୍ଲେଖଥାଉ କି, ଆସନ୍ତା ଅକ୍ଟୋବର ୨ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ବିଶାଖାପାଟନମ ମୈଦାନରେ ଖେଳାଯିବ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ।
- ବୋର୍ଡ ପ୍ରେସିଡେଣ୍ଟ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପଞ୍ଚଲ, ଏଆର ଈଶ୍ୱରନ୍, କରୁଣ ନାଏର, ସିଦ୍ଧିଶେ ଲାଡ, କେଏସ୍ ଭାରତ, ଜଲଜ ସାକ୍ସେନା, ଧର୍ମେନ୍ଦ୍ର ସିଂହ ଜାଡେଜା, ଅଭେଶ ଖାନ, ଈଶାନ ପୋରେଲ, ଶର୍ଦ୍ଦୁଲ ଠାକରୁ ଓ ଉମେଶ ଯାଦବ ।
- ଦକ୍ଷିଣ ଆଫ୍ରିକା: ଫାଫ ଡୁପ୍ଲେସିସି(ଅଧିନାୟକ), ତେମ୍ବା ବାଭୁମା, ଥେଉନିସ ଡେ ବ୍ରୁୟନ, କ୍ୱିଣ୍ଟନ ଡି କକ୍, ଡେନ୍ ଏଲଗାର, ଜୁବାୟର ହାମଜା, କେଶବ ମହାରାଜ, ଆଡେନ୍ ମାର୍କମ, ସେନୁରାନ ମୁଥୁସାମି, ଲୁଙ୍ଗି ଏନ୍ଗିଡି, ଅନରିଚ ନୋଟ୍ରେଜ, ଭେରନନ୍ ଫିଲାଣ୍ଡର, ଡେନ ପେଇଡେଟ୍, କାଗିସୋ ରବାଡା ଓ ରୁଡି ସେକେଣ୍ଡ।