ମୁମ୍ବାଇ: ୱାଙ୍ଖେଡେ ଷ୍ଟାଡିୟମ ହେବନି କୋରୋନା କ୍ବାରେଣ୍ଟିନ ସେଣ୍ଟର । ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ପରେ ନିଷ୍ପତି ବଦଳାଇଛି ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେସନ(BMC)
ୱାଙ୍ଖେଡେ ଷ୍ଟାଡିୟମ ହେବନି କ୍ବାରେଣ୍ଟିନ ସେଣ୍ଟର, ନିଷ୍ପତି ବଦଳାଇଲା ବିଏମସି - BMC cancels plan
ୱାଙ୍ଖେଡେ ଷ୍ଟାଡିୟମ ହେବନି କୋରୋନା କ୍ବାରେଣ୍ଟିନ ସେଣ୍ଟର । ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ପରେ ନିଷ୍ପତି ବଦଳାଇଛି ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେସନ(BMC)
ମୁମ୍ବାଇରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ଷ୍ଟାଡିୟମକୁ କ୍ବାରେଣ୍ଟିନ ସେଣ୍ଟର ଭାବେ ବ୍ୟବହାର କରିବାକୁ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ଅପିଲ କରିଥିଲା ବିଏମସି । ମୁମ୍ବାଇ ମେୟର କିଶୋର ପେଡନେକର ୱାଙ୍ଖେଡେ ଷ୍ଟାଡିୟମ ପରିଦର୍ଶନରେ ମଧ୍ୟ ଆସି ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏଟାରେ କୋରୋନା ଲକ୍ଷଣ ନଥିବା ପଜିଟିଭ ରିପୋର୍ଟ ଥିବା ଲୋକଙ୍କୁ ରଖିବା ନେଇ ନିଷ୍ପତି ହୋଇଥିଲା ।
ମାତ୍ର ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ । ମେରାଇନ ଡ୍ରାଇଭ ରେସିଡେଣ୍ଟ ଆସୋସିଏସସନ ମୁଖ୍ୟ ଶାସନ ସଚିବ ଅଜୟ ମେହେଟ୍ଟାଙ୍କୁ ଚିଠି ଲେଖିଥିଲେ । ଏହାପରେ ବିଏସମି ସହକାରୀ କମିଶନର ଚନ୍ଦା ଯାଦବ ଏହି ନିଷ୍ପତି ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ।