ହାଇଦ୍ରାବାଦ:ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ଗୁରୁବାର 37ତମ ଜନ୍ମଦିନ ପାଳନ କରୁଛନ୍ତି । ବର୍ଷ 1984 ଆଜିର ଦିନରେ ଚେନ୍ନାଇରେ ଜନ୍ମ ହୋଇଥିଲେ ବିଜୟ । ଜାତୀୟ ଟିମ ପାଇଁ ସମସ୍ତ ତିନୋଟି ଫର୍ମାଟରେ କ୍ରିକେଟ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ବିଜୟ ରହିଛନ୍ତି ।
2008ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ବିଜୟଙ୍କୁ ପ୍ରଥମେ ଦେଖବାକୁ ମିଳିଥିଲା । ନାଗପୁର ଟେଷ୍ଟରେ ଡେବ୍ୟୁ କରିବା ସହ ଉଭୟ ଇଂନିସରେ 33 ଓ 41 ରନ କରିଥିଲେ । ଏହାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ବିଜୟ । କ୍ରମାଗତ ଭାବେ ଟିମର ସଦସ୍ୟ ହୋଇ ରହିଛନ୍ତି । ଏକସମୟରେ ଭାରତୀୟ ଟେଷ୍ଟ ଟିମର କଳ୍ପନା ବିଜୟଙ୍କ ବିନା କଷ୍ଟକର ଥିଲା । ବିଜୟ ମଧ୍ୟ ଟିମ୍କୁ ନିରାଶ ନ କରି ଘରୋଇ ପରିବେଶ ସହ ବିଦେଶ ମାଟିରେ ମଧ୍ୟ ଖୁବ ରନ ସ୍କୋର କରିଛନ୍ତି । ବର୍ଷ 2017ରେ ତଙ୍କର ଫର୍ମ କମ ହୋଇଥିବା ଦେଖାଯାଇଥିଲା ଓ ପରେ 2018 ଅଷ୍ଟ୍ରେଲିଆ ଗସ୍ତ ପରେ ତାଙ୍କୁ ଟିମରୁ ବାଦ ପଡିଲେ। ପରେ 2018 ପରଠାରୁ ଟିମକୁ ଫେରିପାରିନାହାନ୍ତି ଏହି ଷ୍ଟାର ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ।
ମୋଟ 61 ଟେଷ୍ଟ ଖେଳିଥିବା ବିଜୟ 38.28 ହାରରେ 3982 ରନ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ 12 ଶତକ ଓ 15 ଅର୍ଦ୍ଧଶତକ ରହିଛି ।
ବିଜୟ ଆଇପିଏଲରେ ମଧ୍ୟ ନିଜର କରିସ୍ମା ଦେଖାଇଛନ୍ତି ।