ଓଡିଶା

odisha

ETV Bharat / sports

ବାର୍ଥ ଡେ ବୟ ବେନ ଫୋକ୍ସଙ୍କ ଚମତ୍କାର ୱିକେଟକିପିଂ - ୱିକେଟ କିପର ବ୍ୟାଟ୍ସମ୍ୟାନ ବେନ ଫୋକ୍ସ

ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଚମତ୍କାର ୱିକେଟ କିପିଂ ପାଇଁ ବିଶ୍ବ ତମାମ କ୍ରିକେଟ ସମୁଦାୟକୁ ଫୋକ୍ସଙ୍କୁ ପ୍ରଶଂସା କରାଯାଉଛି । ଅଧିକ ପଢନ୍ତୁ...

Birthday boy Ben Foakes's wicket-keeping gets high praise
ବାର୍ଥ ଡେ ବୟ ବେନ ଫୋକ୍ସଙ୍କ ଚମତ୍କାର ୱିକେଟକିପିଂ

By

Published : Feb 15, 2021, 8:58 PM IST

ଚେନ୍ନାଇ: ଇଂଲଣ୍ଡ ୱିକେଟ କିପର ବ୍ୟାଟ୍ସମ୍ୟାନ ବେନ ଫୋକ୍ସ ସୋମବାର 28 ବର୍ଷରେ ପାଦ ଦେଇଛନ୍ତି । ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଚମତ୍କାର ୱିକେଟ କିପିଂ ପାଇଁ ବିଶ୍ବ ତମାମ କ୍ରିକେଟ ସମୁଦାୟକୁ ଫୋକ୍ସଙ୍କୁ ପ୍ରଶଂସା କରାଯାଉଛି ।

ଫୋକ୍ସଙ୍କୁ ଭାରତରେ ଶ୍ରେଷ୍ଠ ବିଦେଶୀ ୱିକେଟ କିପର ସମ୍ବୋଧନ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର କିରଣ ମୋରେ । ୱିକେଟ ପଛରେ ଫୋକ୍ସଙ୍କ ଅବିଶ୍ବସନୀୟ ପ୍ରଦର୍ଶନ ପାଇଁ ଭାରତର ପ୍ରଥମ ଇଂନିସରେ 95.5 ଓଭରରେ ଇଂଲଣ୍ଡ ଗୋଟିଏ ବି ଅତିରିକ୍ତ ରନ ବ୍ୟୟ କରିନଥିଲା । କ୍ୟାରିୟରର ଷଷ୍ଠ ଟେଷ୍ଟ ଖେଳୁଥିବା ଫୋକ୍ସ ତୃତୀୟ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ଫଳରେ ଇଂଲଣ୍ଡ ମାତ୍ର 5 ବାଏ(ଅତିରିକ୍ତ) ବ୍ୟୟ କରିଥିଲା ।

ମୋରେଙ୍କ ବ୍ୟତୀତ ପୂର୍ବତନ ଅଷ୍ଟ୍ରେଲୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଆଡାମ ଗିଲଖ୍ରୀଷ୍ଟ, ପୂର୍ବତନ ଇଂଲଣ୍ଡ ୱିକେଟ କିପର ମାଟ୍ଟ ପ୍ରାୟର ଓ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଫୋକ୍ସଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details