ଓଡିଶା

odisha

ETV Bharat / sports

ଭୁବନେଶ୍ବର ଆଇସିସି 'ପ୍ଲେଆର ଅଫ ଦ ମନ୍ଥ୍‌' ପାଇଁ ମନୋନୀତ

ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର 'ଆଇସିସି ପ୍ଲେଆର ଅଫ ଦ ମନ୍ଥ୍‌' ପାଇଁ ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Apr 8, 2021, 4:05 PM IST

Bhuvneshwar nominated for ICC Player of the Month award
ଭୁବନେଶ୍ବର ଆଇସିସି 'ପ୍ଲେଆର ଅଫ ଦ ମନ୍ଥ୍‌' ପାଇଁ ମନୋନୀତ

ଦୁବାଇ: ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର 'ଆଇସିସି ପ୍ଲେଆର ଅଫ ଦ ମନ୍ଥ୍‌' ପାଇଁ ମନୋନୀତ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭୁବନେଶ୍ବର ଦମଦାର ପ୍ରଦର୍ଶନ କରିଥିଲେ । ଫଳରେ ମାର୍ଚ୍ଚ ମାସ ପାଇଁ ଆଇସିସି ପକ୍ଷରୁ ମାସର ଶ୍ରେଷ୍ଠ ଖେଳାଳି ମନୋନୀତ ହୋଇଛନ୍ତି ।

ଶ୍ରେଷ୍ଠ ପ୍ରଦର୍ଶନକୁ ପୁରସ୍କୃତ କରିବାକୁ ମନୋନୀତ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ପୁରୁଷ ଓ ମହିଳା କ୍ରିକେଟରଙ୍କ ନାମ ଗୁରୁବାର ଘୋଷଣା କରିଛି ଆଇସିସି ।

ଭୁବନେଶ୍ବରଙ୍କ ବ୍ୟତୀତ, ପୁରୁଷ ବର୍ଗରେ ଆଫଗାନିସ୍ତାନ ଲେଗ-ସ୍ପିନର ରସିଦ ଖାନ ଓ ଜିମ୍ବାୱେର ସିନ ୱିଲିୟମ୍‌ସ ରହିଛନ୍ତି ।

ମହିଳା ବର୍ଗରେ ଭାରତୀୟ ଷ୍ଟାର ରାଜେଶ୍ବରୀ ଗାଏକ୍ବାଡ, ପୁମନ ରାଉତ ଓ ଦକ୍ଷିଣ ଆଫ୍ରିକାର ଲିଜେଲେ ଲି ରହିଛନ୍ତି ।

ଗତମାସରେ ଭୁବନେଶ୍ବର ଇଂଲଣ୍ଡ ବିପକ୍ଷରେ ଖେଳିଥିବା 3ଟି ଦିନିକିଆ ମ୍ୟାଚରୁ 4.65 ଇକୋନୋମି ରେଟ୍‌ରେ 6ଟି ୱିକେଟ ଅକ୍ତିଆର କରିଥିଲେ । ଏଥିସହ 5ଟି ଟି20 ମ୍ୟାଚରେ ଘାତକ ବୋଲିଂ ସହ 6.38 ଇକୋନୋମି ରେଟ୍‌ରେ 4ଟି ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details