ଓଡିଶା

odisha

ETV Bharat / sports

'ମୁଁ ୱିଲିୟମୟସନଙ୍କ ପାଖରେ ଜୀବନ ସାରା ଦୋଷୀ ରହିବି' - world cup

ଗପ୍ଟିଲଙ୍କ ଓଭରର ଥ୍ରୋରେ ଷ୍ଟୋକ୍ସଙ୍କ ବ୍ୟାଟରେ ବଲ ବାଜି ଅତିରିକ୍ତ 4ରନ ହୋଇଥିଲା । ଆଉ ଏହି ଅତିରକ୍ତ ରନ ମ୍ୟାଚର ମୋଡ ବଦଳାଇ ଦେଇଥିଲା । ତେଣୁ ଏହି ଘଟଣା ପାଇଁ କେନଙ୍କୁ କ୍ଷମା ମାଗିଛନ୍ତି ଷ୍ଟୋକ୍ସ ।

ଡିଜାଇନ ଫଟୋ

By

Published : Jul 15, 2019, 9:01 PM IST

ଲଣ୍ଡନ: ଶେଷ ହୋଇଯାଇଛି ବିଶ୍ବକପ ମହାକୁମ୍ଭ । 46 ଦିନରେ ଏହି ଲମ୍ବା ଯାତ୍ରା ଏକ ରୋମାଞ୍ଚକ ମୋଡରେ ଶେଷ ହୋଇଛି । ଦୁଇଟି ଦୁଇଟି ଟାଇ ପରେ ବାଉଣ୍ଡ୍ରୀ ଆଧାରରେ ବିଜେତା ହୋଇଛି ଆୟୋଜକ ଇଂଲଣ୍ଡ । ତେବେ ଇଂନିସ ଟାଇ ହେବା ପଛରେ ରହିଛି ସେହି ରାକ୍ଷାସ ରୂପି ଓଭର ଥ୍ରୋ । ଯାହା ବେନ ଷ୍ଟୋକ୍ସଙ୍କ ଦେହରେ ବାଜିଥିଲା । ଆଉ ଏହାପରେ ଷ୍ଟୋକ୍ସ ୱିଲିୟମସନଙ୍କୁ କ୍ଷମା ମାଗିବା ସହିତ ଏମିତି କହିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଷ୍ଟୋକ୍ସ କହିଛନ୍ତି, "ଏହି ଘଟଣା ପରେ ମୁଁ ସଙ୍ଗେ ସଙ୍ଗେ କେନଙ୍କୁ କହିଥିଲା । ଏଥିପାଇଁ ମୁଁ ଜୀବନ ସାରା ତୁମ ପାଖରେ ଦୋଷୀ ରହିବି । "

ଟର୍ଣ୍ଣିଂ ପଏଣ୍ଟ -

ତେବେ ସେହି ଟର୍ଣ୍ଣିଂ ପଏଣ୍ଟ ଥିଲା ଏମିତି, ଯାହା ମ୍ୟାଚର ମୋଡକୁ ବଦଳାଇ ଦେଇଥିଲା । 3ବଲରେ ଇଂଲଣ୍ଡକୁ ବିଜୟ ପାଇଁ 9ରନ ଆବଶ୍ୟକ ହେଉଥିଲା । ବେନ ଷ୍ଟୋକ୍‌ ମିଡ ୱିକେଟ ଉପରେ ଏକ ଶର୍ଟ ଖେଳି ଦୁଇ ରନ ନେବାକୁ ପ୍ରୟାସ କରୁଥିଲେ । ଏତିକି ବେଳେ ବଲଟିକୁ ଧରି ମାର୍ଟିନ ଗୁପ୍ଟିଲ କିପରଏଣ୍ଡକୁ ଥ୍ରୋ କରିଥିଲେ । ମାତ୍ର ଡ୍ରାଇଭ ମାରି ଲାଇନ କ୍ରସ୍‌ କରୁଥିବା ଷ୍ଟୋକ୍ସଙ୍କ ବ୍ୟାଟରେ ବଲ ବାଜି 4ରନ ହୋଇଯାଇଥିଲା । ଫଳରେ ଅମ୍ପାୟାର କୁମାର ଧର୍ମାସେନା ଇଂଲଣ୍ଡକୁ ଏହି ଓଭରଥ୍ରୋରେ 4ରନ ଓ ବ୍ୟାଟମ୍ୟାନ ଅକ୍ତିଆର କରିଥିବା ଦୁଇ ରନ ଦେଇଥିଲେ ।

ABOUT THE AUTHOR

...view details