ଓଡିଶା

odisha

ETV Bharat / sports

ସ୍ବାଧୀନତା ଦିବସରେ ସଚିନଙ୍କ ଅପିଲ, ସନ୍ତାନଙ୍କ ପାଇଁ ହୁଅ 'ପ୍ରତିଦିନ ହିରୋ' - କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର

74ତମ ସ୍ବାଧୀନତା ଦିବସ ଅବସରରେ ଦେଶର ସମସ୍ତ ଅଭିଭାବକ ମାନଙ୍କୁ ଏକ ଆବେଗପୂର୍ଣ୍ଣ ଅପିଲ କରିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ସନ୍ତାନଙ୍କ ପାଇଁ ''ପ୍ରତିଦିନ ହିରୋ'' ହେବାକୁ ଅନୁରୋଧ କରିଛନ୍ତି ସଚିନ ।

Be 'everyday heroes' for children: Sachin Tendulkar urges parents on I-Day
ସ୍ବାଧୀନତା ଦିବସରେ ସଚିନଙ୍କ ଅପିଲ, ସନ୍ତାନଙ୍କ ପାଇଁ ହୁଅ ''ପ୍ରତିଦିନ ହିରୋ''

By

Published : Aug 15, 2020, 10:56 PM IST

ନୂଆଦିଲ୍ଲୀ: 74ତମ ସ୍ବାଧୀନତା ଦିବସ ଅବସରରେ ଦେଶର ସମସ୍ତ ଅଭିଭାବକ ମାନଙ୍କୁ ଏକ ଆବେଗପୂର୍ଣ୍ଣ ଅପିଲ କରିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ସନ୍ତାନଙ୍କ ପାଇଁ ''ପ୍ରତିଦିନ ହିରୋ'' ହେବାକୁ ଅନୁରୋଧ କରିଛନ୍ତି ସଚିନ ।

ସଚିନ କହିଛନ୍ତି, ଶିଶୁମାନେ ଭାରତର ଆଗାମୀ ଭବିଷ୍ୟତ, ଯେଉଁମାନେ ହିଁ ଦେଶକୁ ଆଗକୁ ନେବାର କାର୍ଯ୍ୟ କରିବେ । ସେଥିପାଇଁ ସଠିକ ବାତାବରଣ ଓ ଉପଯୁକ୍ତ ପ୍ରଶିକ୍ଷଣ ସହ ସକରାତ୍ମକ ଚିନ୍ତାଧାରା ତାଙ୍କୁ ପ୍ରତି ସମୟରେ ଯୋଗାଇବା ଜରୁରୀ ।

ପରିବାର ସହ ସଚିନ

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭଳ କଠିନ ସମୟ ଦେଇ ଦେଶ ଗତି କରୁଛି । ଫଳରେ ଭବିଷ୍ୟତ ଓ କ୍ୟାରିୟର ନେଇ ସନ୍ତାନଙ୍କ ପ୍ରତି ପ୍ରଶ୍ନ, ଆଶଙ୍କାକୁ ଦୂର କରିବା ଆବଶ୍ୟକ ରହିଛି ।

ସ୍କୁଲ ବନ୍ଦ, ଯାତ୍ରା କଟକଣା ଓ ବେରୋଜଗାରୀ ବଡ ସମସ୍ୟା ଭାବେ ଉଭା ହୋଇଛି । ଏହା ସମୟରେ ପିଲାମାନଙ୍କୁ ସକରାତ୍ମକ ରଖିବା ଜରୁରୀ ବୋଲି ସଚିନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details