ଓଡିଶା

odisha

By

Published : Oct 27, 2019, 9:49 PM IST

ETV Bharat / sports

ଇଡେନ ଗାର୍ଡେନରେ ହେବ ଭାରତ-ବାଂଲାଦେଶ ଦିବାରାତ୍ର ଟେଷ୍ଟ!

ଭାରତ-ବାଂଲାଦେଶ ମଧ୍ୟରେ ଦିବାରାତ୍ର ଟେଷ୍ଟ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡକୁ ପ୍ରସ୍ତାବ ଦେଇଛି ବିସିସିଆଇ। ନଭେମ୍ବର 22ରେ ଇଡେନଗାର୍ଡେନ କୋଲକାତାରେ ଖେଳାଯିବାକୁ ଥିବା ଦ୍ୱିତୀୟଟେଷ୍ଟ ଦିବାରାତ୍ର ଟେଷ୍ଟ ହୋଇପାରେ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି20 ଓ ଟେଷ୍ଟ ସିରିଜ ଖେଳାଯିବ । ତେବେ ଇଡେନଗାର୍ଡେନ କୋଲକାତାରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ଦିବାରାତ୍ର ହୋଇପାରେ । ଏନେଇ ବିସିସିଆଇ ପକ୍ଷରୁ ବାଂଲାଦେଶ କ୍ରିକେଟ ବୋର୍ଡକୁ ପ୍ରସ୍ତାବ ଦିଆଯାଇଛି ।

ଭାରତୀୟ ଦଳ ଦିବାରାତ୍ର ଟେଷ୍ଟ ପାଇଁ ଗ୍ରିନ ସିଗନାଲ ଦେଇଥିବା ବେଳେ, ବିସିବି ଏହାର ନିଷ୍ପତ୍ତି ଶୁଣାଇବ । ତେବେ ଖେଳାଳି ଓ କ୍ୟାପଟେନଙ୍କ ସହ ଆଲୋଚନା ପରେ ବାଂଲାଦେଶ କ୍ରିକେଟ ବୋର୍ଡ ସ୍ପଷ୍ଟ କରିବ । ଏହା କହିଛନ୍ତି ବିସିସି ମୁଖ୍ୟ ନିଜାମୁଦ୍ଦିନ ଚୌଧୁରୀ । ପୂର୍ବରୁ ନୂଆ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭାରତରେ ପ୍ରଥମ ଦିବାରାତ୍ର ଟେଷ୍ଟ ନେଇ ସବୁଜ ସଙ୍କେତ ଦେଇଛନ୍ତି ।

ନଭେମ୍ବର 14ରେ ସିରିଜର ପ୍ରଥମ ଟେଷ୍ଟ ଇନ୍ଦୋରରେ ଖେଳାଯିବ। ଇଡେନ ଗାର୍ଡେନରେ 2ୟ ଟେଷ୍ଟ ନଭେମ୍ବର 22ରୁ ଖେଳାଯିବା ନେଇ ସୂଚୀ ରହିଛି।

ABOUT THE AUTHOR

...view details