ନୂଆଦିଲ୍ଲୀ: ବିସିସିଆଇ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମହିମ ବର୍ମା । ତାଙ୍କ ଇସ୍ତଫା ଦେବାର କାରଣ ହେଉଛି ସେ ଉତ୍ତରାଖଣ୍ଡ କ୍ରିକେଟ ସଙ୍ଘର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ତେବେ ବର୍ମା କହିଛନ୍ତି ଯେ ଏହା କେବଳ ଔପଚାରିକ ଥିଲା । କାରଣ ତାଙ୍କ ଟିମ ଗତ ମାସରେ ହିଁ ରାଜ୍ୟରେ ନିର୍ବାଚନ ଜିତିଛି । ତେବେ ମୁମ୍ବାଇ ସ୍ଥିତ ବିସିସିଆଇ ମୁଖ୍ୟାଳୟରେ କାର୍ଯ୍ୟ ଆରମ୍ଭ ହେଲେ ବିସିସିଆଇ ବର୍ମା ଇସ୍ତଫା ଉପରେ ବିଚାର କରିବ ।
ଇସ୍ତଫା ଦେଲେ BCCI ଉପାଧ୍ୟକ୍ଷ ମହିମ ବର୍ମା - BCCI Vice president
ବିସିସିଆଇ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମହିମ ବର୍ମା । ସେ ଉତ୍ତରାଖଣ୍ଡ କ୍ରିକେଟ ସଙ୍ଘର ସଚିବ ନିଯୁକ୍ତ ହେବାପରେ, ବିସିସିଆଇ ସିଇଓ ରାହୁଲ ଜୋହରିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ।
ମହିମ କହିଛନ୍ତି ଯେ, "ମତେ ନିଜ ରାଜ୍ୟର ସଙ୍ଘର ଦେଖାଶୁଣା କରିବାର ଅଛି, ଯାହାର ପରିଚାଳନା ଠିକ ଭାବେ ହେଉ ନାହିଁ । ମୁଁ ସିଇଓ ରାହୁଲ ଜୋହରିଙ୍କୁ ଇସ୍ତଫା ଦେଇ ଦେଇଛି । ଆଶା କରୁଛି ସେ ମୋର ଇସ୍ତଫା ଗ୍ରହଣ କରିବେ’’ ।
ବର୍ମାଙ୍କୁ ପଦ ଛାଡିବାକୁ ପଡିଲା କାରଣ ବିସିସିଆଇ ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ସମୟରେ ରାଷ୍ଟ୍ରୀୟ ଓ ଆଞ୍ଚଳିକ ସ୍ତରରେ ଦୁଇ ଦୁଇଟି ପଦବୀରେ ରହିବାର ଅନୁମତି ନାହିଁ । ‘‘ମୁଁ ବୋର୍ଡ ସଚିବ ଜୟ ଶାହାଙ୍କୁ ଏନେଇ ଅବଗତ କରାଇଥିଲି । ଯଦି ମୁଁ ପ୍ରଦେଶ ସଙ୍ଘର ଭାର ଗ୍ରହଣ କରି ନଥାନ୍ତି ତେବେ ସେଠାରେ କାମ ସୂଚାରୁ ରୂପେ ହୋଇ ପାରିନଥାନ୍ତା । ତେଣୁ ମୁଁ ନିର୍ବାଚନ ମଧ୍ୟ ଲଢି଼ ନଥିଲି’’ ବୋଲି ବର୍ମା କହିଛନ୍ତି ।