ଓଡିଶା

odisha

ETV Bharat / sports

ବିସିସିଆଇର 'ପ୍ରଥମେ ଦେଶ' ନୀତି, ଜାଡେଜାଙ୍କୁ ରଣଜୀ ଫାଇନାଲ ମନା - ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନ୍ୟୁଜ

ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ରଣଜୀ ଟ୍ରଫି ଫାଇନାଲ ଖେଳିବାକୁ ମିଳିଲାନି ଅନୁମତି । ବିସିସିଆଇ ପକ୍ଷରୁ 'ପ୍ରଥମେ ଦେଶ' ବୋଲି ସ୍ପଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

Ranji final
ଜାଡେଜାଙ୍କୁ ରଣଜୀ ଫାଇନାଲ ମନା

By

Published : Mar 6, 2020, 4:29 PM IST

ମୁମ୍ବାଇ: ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ରଣଜୀ ଫାଇନାଲ ଖେଳିବାକୁ ମିଳିଲାନି ଅନୁମତି । ବିସିସିଆଇ ପକ୍ଷରୁ 'ପ୍ରଥମେ ଦେଶ' ବୋଲି ସ୍ପଷ୍ଟ କରାଯାଇଛି । ଚଳିତ ସିଜିନର ରଣଜୀ ଟ୍ରଫି ଫାଇନାଲରେ ସୌରାଷ୍ଟ୍ର ଓ ବେଙ୍ଗଲ ମଧ୍ୟରେ ଖେଳାଯିବ ।

ଚେତେଶ୍ବର ପୂଜାରା

ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ରାଜକୋଟରେ ମାର୍ଚ୍ଚ 9ରୁ ଆରମ୍ଭ ହେବ ରଣଜୀ ଟ୍ରଫି ଫାଇନାଲ । ସୌରାଷ୍ଟ୍ର ପକ୍ଷରୁ ଖେଳିବାକୁ ବିସିସିଆଇକୁ ଅନୁମତି ମାଗିଥିଲା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ । ତେବେ ବିସିସିଆଇ ପକ୍ଷରୁ ଜାଡେଜାଙ୍କୁ ରଣଜୀ ଖେଳିବାକୁ ଅନୁମତି ପ୍ରଦାନ କରାଯାଇନାହିଁ ।

ରିଦ୍ଧିମାନ ଶାହା

ଭାରତୀୟ ଦଳ ଆଗାମୀ ସିରିଜ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ । 3ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ମାର୍ଚ୍ଚ 12ରେ ଖେଳାଯିବ । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତୀୟ ଜାତୀୟ ଦଳର ସଦସ୍ୟ ରହିଛନ୍ତି ।

ତେବେ ସୌରାଷ୍ଟ୍ର ପକ୍ଷରୁ ଚେତେଶ୍ବର ପୂଜାରା ଓ ବେଙ୍ଗଲ ପକ୍ଷରୁ ରିଦ୍ଧିମାନ ଶାହା ଖେଳିବା ନେଇ ସୂଚନା ରହିଛି ।

ରଣଜୀ ଟ୍ରଫି ଫାଇନାଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details