ଓଡିଶା

odisha

By

Published : Jan 31, 2021, 11:31 AM IST

Updated : Jan 31, 2021, 12:58 PM IST

ETV Bharat / sports

ସୁସ୍ଥ ହୋଇ ଘରକୁ ଫେରିଲେ ଦାଦା

ହସ୍ପିଟାଲରୁ ଡିସର୍ଚାଜ ହେଲେ ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

ସୁସ୍ଥ ହୋଇ ଘରକୁ ଫେରିଲେ ଦାଦା
ସୁସ୍ଥ ହୋଇ ଘରକୁ ଫେରିଲେ ଦାଦା

କୋଲକାତା: କ୍ରିକେଟପ୍ରେମୀଙ୍କ ପାଇଁ ଖୁସିର ଖବର । ହସ୍ପିଟାଲରୁ ଡିସର୍ଚାଜ ହେଲେ ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

ଆସନ୍ତାକାଲି ଦାଦାଙ୍କ ଘରକୁ ଯାଇ ଡାକ୍ତର ପୁଣି ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବେ ।

ସୁସ୍ଥ ହୋଇ ଘରକୁ ଫେରିଲେ ଦାଦା

ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଜଣେ ସିନିୟର ଡାକ୍ତର କହିଛନ୍ତି ଯେ, ଗାଙ୍ଗୁଲି ଏବେ ଠିକ୍‌ ଅଛନ୍ତି । ଆଶା ଅଛି ଖୁବ୍‌ ଶୀଘ୍ର ଦିନରେ ହିଁ ସେ ପୂର୍ବଭଳି ସବୁକାର୍ଯ୍ୟ କରିପାରିବେ । ଏଥିସହ କିଛିଦିନ ତାଙ୍କୁ ମେଡିଟେସନ କରିବାକୁ ପଡିବ ।

ସୂଚନାଥାଉକି, 28 ଜାନୁଆରୀ, 2021ରେ କୋଲକାତାର ଆପୋଲୋ ଗ୍ଳେନେଗ୍ଳେସ ହସ୍ପିଟାଲରେ ସୌରଭ ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଡାକ୍ତର ଆଫତାବ ଖାନଙ୍କ ଦ୍ବାରା ଶନିବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ଗତକାଲି ତାଙ୍କ ସ୍ବାସ୍ଥ୍ୟ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 31, 2021, 12:58 PM IST

ABOUT THE AUTHOR

...view details