ମୁମ୍ବାଇ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୋମବାର ଅଧିକାରୀଙ୍କୁ ଭେଟିବେ ବୋଲି ଜଣାପଡିଛି । ଏହି ବୈଠକରେ ଆଇପିଏଲ ସସପେନ୍ସ ଉପରେ ପରଦା ହଟିବା ନେଇ ଅନୁମାନ କରାଯାଉଛି ।
ସୋମବାର ବସିବ ବିସିସିଆଇ ବୈଠକ, ହଟିବ ଆଇପିଏଲ ସସପେନ୍ସ ! - ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୋମବାର ଅଧିକାରୀଙ୍କୁ ଭେଟିବେ ବୋଲି ଜଣାପଡିଛି । ଏହି ବୈଠକରେ ଆଇପିଏଲ ସସପେନ୍ସ ଉପରେ ପରଦା ହଟିବା ନେଇ ଅନୁମାନ କରାଯାଉଛି ।
![ସୋମବାର ବସିବ ବିସିସିଆଇ ବୈଠକ, ହଟିବ ଆଇପିଏଲ ସସପେନ୍ସ ! BCCI Presdent Sourav Ganguly to meet officials on Monday](https://etvbharatimages.akamaized.net/etvbharat/prod-images/768-512-6760559-475-6760559-1586682072458.jpg)
କୋରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ 21 ଦିନ ଲକଡାଉନ ଘୋଷଣା କରିଥିଲେ । ତେବେ ଏହି ଲକଡାଉନ ଅବଧି ଏପ୍ରିଲ 14ରେ ଶେଷ ହେଉଛି । ଦେଶର ଏକାଧିକ ରାଜ୍ୟ ଲକଡାଉନ ଅବଧିକୁ ବୃଦ୍ଧି କରିଥିବା ବେଳେ, ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବ୍ୟାପୀ ଲକଡାଉନ ବୃଦ୍ଧି ଘୋଷଣା କରିବାର ସମ୍ଭାବନା ରହିଛି । ଭାରତ ସରକାରଙ୍କ ନିଷ୍ପତି ପରେ ବିସିସିଆଇ ପକ୍ଷରୁ ଆଇପିଏଲ ନେଇ ନିଷ୍ପତି ହୋଇପାରେ ।
ଅନ୍ୟପଟେ ଲକଡାଉନ ଯୋଗୁଁ ଆଇପିଏଲର 13ତମ ସଂସ୍କରଣର ଭାଗ୍ୟ ଅନ୍ଧାରକୁ ଠେଲି ହୋଇଯାଇଛି । ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା ହେତୁ ବିଦେଶୀ ଖେଳାଳିଙ୍କ ବିନା ସହୟ ମୁସ୍ତାକ ଅଲ୍ଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ଫର୍ମାଟରେ ଆଇପିଏଲ ଖେଳାଯିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ମାତ୍ର ବିସିସିଆଇ ସଭାପତିଙ୍କ କିଛି ବୟାନ ଚଳିତ ବର୍ଷ ଆଇପିଏଲ ବାତିଲ ହେବା ନେଇ ସମ୍ଭାବନାକୁ ବଢାଇଦେଇଛନ୍ତି । ତେବେ ସୋମବାର ହେବାକୁ ଥିବା ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।