ମୁମ୍ବାଇ: ଗୋଟିଏ ଆଖିରେ ସେ ଥିଲେ ଭାରତର ଅଧିନାୟକ । ନାମ ତାଙ୍କର ମନସୁର ଅଲ୍ଲୀ ଖାନ ପଟୌଦୀ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମଂସୁର ଅଲ୍ଲୀ ଖାନ ପଟୌଦୀଙ୍କର ମଙ୍ଗଳବାର 80ତମ ଜନ୍ମବାର୍ଷିକୀ । ଏହି ଅବସରରେ ପଟୌଦୀଙ୍କୁ ସ୍ମରଣ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) । 80ତମ ଜନ୍ମବାର୍ଷିକୀରେ ବିସିସିଆଇ ପୂର୍ବତନ ଅଧିନାୟକଙ୍କୁ ସ୍ମରଣ କରିବା ସହ, "ଶ୍ରେଷ୍ଠ ସାହସୀ ବ୍ୟାଟ୍ସମ୍ୟାନ" ବୋଲି କହିଛି ।
ପଟୌଦୀ ଏକ ବଡ ଦୁର୍ଘଟଣାର ଶିକାର ହେବାପରେ ମଧ୍ୟ ଖେଳିବା ଜାରି ରଖିଥିଲେ । ଦୁର୍ଘଟଣାରେ ଡାହାଣ ଆଖିକୁ ସେ ହରାଇ ଦେଇଥିଲେ । ମାତ୍ର ଡାହାଣ ଆଖିରେ ଦେଖି ନପାରିବା ସତ୍ତ୍ବେ ଅଧିକାଂଶ ମ୍ୟାଚ ଖେଳିଥିଲେ ।