ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ କାରଣରୁ ବିଶ୍ବ ଅର୍ଥନୀତି ସଂଘର୍ଷ କରୁଛି । ମାତ୍ର ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ରାଜ୍ୟ ଆସୋସିଏସନ ଗୁଡିକୁ 46.89 କୋଟି ଟଙ୍କା ପ୍ରଦାନ କରିଛି । ବିସିସିଆଇ ୱେବସାଇଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି ।
ଏହା ବିସିସିଆଇ ପକ୍ଷରୁ ପ୍ରତି ମାସରେ ପାରଦର୍ଶିତା ପାଇଁ ନିୟମିତ ଘୋଷଣାର ଅଂଶ । ଜୁଲାଇ ମାସରେ ଏହାର ସର୍ବାଧିକ ଲାଭାର୍ଥୀ ରହିଛି ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ(HPCA) । ପରିଚାଳନା ଯୋଗୁଁ 16.20 କୋଟି ଟଙ୍କା ଗ୍ରହଣ କରିଛି । ତେବେ ସଂଯୋଗ କ୍ରମେ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲଙ୍କ ଘରୋଇ ଗୃହ ରାଜ୍ୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ରହିଛି ।