ଓଡିଶା

odisha

By

Published : May 13, 2020, 12:49 AM IST

ETV Bharat / sports

ଅର୍ଜୁନ ପୁରସ୍କାର ପାଇଁ ଶିଖା ପାଣ୍ଡେ ଓ ଦୀପ୍ତି ଶର୍ମାଙ୍କ ନାମ ପଠାଇପାରେ ବିସିସିଆଇ

ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ଶିଖା ପାଣ୍ଡେ ଓ ଦୀପ୍ତି ଶର୍ମାଙ୍କ ନାମ ପଠାଇପାରେ ବିସିସିଆଇ । ଟି-20 ବିଶ୍ବକପ ତଥା ଗତ ବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ହୋଇଛନ୍ତି ମନୋନୀତ । ଅଧିକ ପଢ଼ନ୍ତୁ...

BCCI, Shikha Pandey, Deepti Sharma, Arjuna Awards, ଅର୍ଜୁନ ପୁରସ୍କାର, ଶିଖା ପାଣ୍ଡେ, ଦୀପ୍ତି ଶର୍ମା, ଟି-20 ବିଶ୍ବକପ
ଅର୍ଜୁନ ପୁରସ୍କାର ପାଇଁ ଶିଖା ପାଣ୍ଡେ ଓ ଦୀପ୍ତି ଶର୍ମାଙ୍କ ନାମ ପଠାଇପାରେ ବିସିସିଆଇ

ନୂଆଦିଲ୍ଲୀ: ମାର୍ଚ୍ଚରେ ଅଷ୍ଟ୍ରେଲିଆରେ ହୋଇଥିବା ମହିଳା ବିଶ୍ବ ଟି-20ର ଫାଇନାଲରେ ଭାରତୀୟ ଦଳର ପ୍ରବେଶ ପଛରେ ସମସ୍ତ ଭାରତୀୟ ଖେଳାଳିଙ୍କର କିଛି ନା କିଛି ଅବଦାନ ରହିଥିଲା । କିନ୍ତୁ ଶାଫାଲୀ ବର୍ମା, ପୁନମ ଯାଦବ, ଶିଖା ପାଣ୍ଡେ ଏବଂ ଦୀପ୍ତି ଶର୍ମାଙ୍କ ଭଳି କଛି ଖେଳାଳି ନିଜର ପ୍ରଦର୍ଶନ ଦ୍ବାରା ସଭିଙ୍କ ମନ କିଣିଥିଲେ । ତେଣୁ ଏହି ବର୍ଷ ଅର୍ଜୁନ ପୁରସ୍କାର ପାଇଁ ବିସିସିଆଇର କ୍ରିକେଟ ଅପରେସନ ଦଳ ଦ୍ବାରା ଶିଖା ଏବଂ ଦୀପ୍ତିଙ୍କ ନାମକୁ ଚୟନ ପାଇଁ ପରାମର୍ଶ ଦିଆଯାଇଛି ।

ଆଇଏଏନଏସ ସହିତ କଥାବାର୍ତ୍ତା କରିଥିବା ବିଶେଷ ସୂତ୍ରରୁ ପ୍ରକାଶ ଯେ, ଟି-20 ବିଶ୍ବକପ ତଥା ଗତ ବର୍ଷ ହୋଇଥିବା ଅନ୍ୟ ସମସ୍ତ ମ୍ୟାଚରେ ଶିଖା ଏବଂ ଦୀପ୍ତିଙ୍କ ପ୍ରଦର୍ଶନ ଖୁବ ଭଲ ହୋଇଥିବାରୁ ଏହି ସମ୍ମାନଜନକ ପୁରସ୍କାର ପାଇଁ କାର୍ଯ୍ୟାଳୟର ଅଧିକାରୀଙ୍କ ନିକଟକୁ ସେମାନଙ୍କ ନାମ ସୁପାରିସ କରି ପଠାଯାଇଥିଲା।

“ହଁ, ଅଷ୍ଟ୍ରେଲିଆରେ ଚାଲିଥିବା ବିଶ୍ବ ଟି -20 ରେ କେବଳ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନୁହେଁ, ବରଂ ଗତ ସିଜନରେ ସେମାନଙ୍କ କ୍ରମାଗତ ଭଲ ପ୍ରଦର୍ଶନ ପାଇଁ କ୍ରିକେଟ ଅପରେସନ ଦଳ ଦ୍ବାରା ଅଫିସ ଧାରକ ମାନଙ୍କୁ ଶିଖା ଏବଂ ଦୀପ୍ତିଙ୍କ ନାମ ସୁପାରିସ କରାଯାଇଥିଲା । ଏହି ଦୁଇଟି ନାମ କାର୍ଯ୍ୟାଳୟ ଧାରୀଙ୍କ ନିକଟକୁ ପଠାଯାଇଛି ଏବଂ ଅନୁମୋଦନ ହେବା ପରେ ଅର୍ଜୁନ ପୁରସ୍କାର ପାଇଁ ମନ୍ତ୍ରଣାଳୟକୁ ପଠାଯିବାର ସମ୍ଭାବନା ରହିଛି,’’ ବୋଲି ସୂତ୍ରରୁ ପ୍ରକାଶ ।

ଯଦି ଶେଫାଲି ଇଭେଣ୍ଟରେ ବ୍ୟାଟ ସହିତ ବିଚକ୍ଷଣତା ଦେଖାଇ 158.25ର ଷ୍ଟ୍ରାଇକ୍ ରେଟ ସହ 5ଟି ମ୍ୟାଚରେ 163 ରନ ସ୍କୋର କରିଥିଲେ, ଶିଖା ପାଞ୍ଚଟି ମ୍ୟାଚରେ ସାତୋଟି ୱିକେଟ୍ ନେଇଥିଲେ । ସେପଟେ ଏହି ଟୁର୍ଣ୍ଣାମେଣ୍ଟରେ ଦୀପ୍ତି ଏକ ଅଲରାଉଣ୍ଡର ଭୂମିକା ଗ୍ରହଣ କରିଥିଲେ ଏବଂ ପ୍ରତିଯୋଗିତାର ଓପନିଂ ମ୍ୟାଚରେ ଅପରାଜିତ 49 ରନ କରି ଚାମ୍ପିଅନ ଅଷ୍ଟ୍ରେଲିଆକୁ ପରାସ୍ତ କରିବାରେ ସହାୟକ ହୋଇଥିଲେ।

ଶିଖା ଭାରତୀୟ ବାୟୁସେନାର ଏକ ଅଂଶ ମଧ୍ୟ । “ ମୁଁ ଇଞ୍ଜିନିୟରିଂ କରିଛି, ଏବଂ ଭାରତୀୟ ବାୟୁସେନାରେ ଜଣେ ଅଧିକାରୀ ମଧ୍ୟ । ମୁଁ 2012 ରେ ବାୟୁସେନାରେ ଯୋଗ ଦେଇଥିଲି, ଏବଂ ମୁଁ ମଧ୍ୟ ମୋର ପ୍ରଶିକ୍ଷଣ ନେଇଥିଲି । ବର୍ତ୍ତମାନ ମୁଁ ଜଣେ ଫ୍ଲାଇଙ୍ଗ ଅଫିସର । ତା’ପରେ 2014 ରେ ମୁଁ ଭାରତୀୟ କ୍ରିକେଟ୍ ଦଳରେ ଡେବ୍ୟୁ କରିଥିଲି,’’ ବୋଲି ଶିଖା ବିଶ୍ବ ଟି -20 ସମୟରେ ପ୍ରକାଶ କରିଥିଲେ।

ସୂଚନା ଯୋଗ୍ୟ ଯେ, କ୍ରୀଡା ମନ୍ତ୍ରଣାଳୟ ମେ 5 ତାରିଖରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଏବଂ ଅର୍ଜୁନ ପୁରସ୍କାର ସମେତ 2020 ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାମାଙ୍କନ ପତ୍ର ଆହ୍ବାନ କରିଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଇ-ମେଲ୍ ମାଧ୍ୟମରେ ନାମାଙ୍କନ ପଠାଇବାକୁ ମନ୍ତ୍ରଣାଳୟ କହିଛି।

ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଜୁନ 3 ତାରିଖ ଧାର୍ଯ୍ୟ କରିଛି ମନ୍ତ୍ରଣାଳୟ।

ABOUT THE AUTHOR

...view details