ଦୁବାଇ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) 3ଟି ଜାତୀୟ ଚୟନକର୍ତ୍ତା ପଦବୀ ପାଇଁ ଆବେଦନ ଆହ୍ବାନ କରିଛି । ସରନଦୀପ ସିଂହ, ଦେବଙ୍ଗ ଗାନ୍ଧୀ ଓ ଜତିନ ପରାଞ୍ଜପେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଆବେଦନ ଆହ୍ବାନ କରାଯାଇଛି । ସୁନୀଲ ଜୋଶୀଙ୍କ ନେତୃତ୍ବରେ ନୂତନ ଚୟନକର୍ତ୍ତା କାର୍ଯ୍ୟ କରିବେ । ଅନ୍ୟ ଜଣେ ଚୟନକର୍ତ୍ତା ହେଉଛନ୍ତି ହରୱିନ୍ଦର ସିଂହ ।
ଜୋଶୀ ଓ ହରୱିନ୍ଦର ମଦନ ଲାଲଙ୍କ ନେତୃତ୍ବରେ ଥିବା କ୍ରିକେଟ ଆଡଭାଇଜରୀ କମିଟି ଦ୍ବାରା ନିଯୁକ୍ତ ହୋଇଥିଲେ । ମାର୍ଚ୍ଚ ମାସରେ ଉଭୟ ଏମଏସକେ ପ୍ରସାଦ ଓ ଗଗନ ଖୋଡାଙ୍କ ସ୍ଥାନରେ ପ୍ୟାନେଲରେ ନିଯୁକ୍ତି ପାଇଛନ୍ତି ।