ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ବିସିସିଆଇର 88ତମ ସାଧାରଣ ବୈଠକ । ସୌରଭ ଗାଙ୍ଗୁଲି ପ୍ରଥମ ଥର ପାଇଁ ବିସିସିଆଇ ସଭାପତି ଭାବେ ସଭାପତିତ୍ବ କରିଛନ୍ତି।
ବିସିସିଆଇର ସାଧାରଣ ବୈଠକ, ଦାଦାଙ୍କ କାର୍ଯ୍ୟକାଳ ବୃଦ୍ଧିପ୍ରସ୍ତାବ ପାରିତ - ବିସିସିଆଇର ସାଧାରଣ ବୈଠକ
ପ୍ରଥମ ଥର ପାଇଁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସଭାପତିତ୍ବରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର 88ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି।
ବର୍ତ୍ତମାନର ବିସିସିଆଇ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ସଭାପତି ଭାବେ ସୌରଭ ଗାଙ୍ଗୁଲିଙ୍କର ମାତ୍ର 9 ମାସ କାର୍ଯ୍ୟକାଳ ରହିଛି । ତେବେ ଏହି କାର୍ଯ୍ୟକାଳକୁ ବଢାଇବା ପାଇଁ ବିସିସିଆଇ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ପୂର୍ବପରି କ୍ରିକେଟ ଆଡଭାଇଜାରୀ କମିଟି ଭଳି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ, କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ପାଇଁ ସ୍ଥିର ହୋଇଛି । ଏନେଇ ସର୍ବସମ୍ମତି କ୍ରମେ ପାରିତ ସମସ୍ତ ପ୍ରସ୍ତାବକୁ ସୁପ୍ରିମକାର୍ଟଙ୍କ ଅନୁମୋଦନ ପାଇଁ ପଠାଯାଇଛି।
ବର୍ତ୍ତମାନର ବିସିସିଆଇ ସମ୍ବିଧାନ ଅନୁଯାୟୀ ପୂର୍ବରୁ ବିସିସିଆଇ କିମ୍ବା ରାଜ୍ୟ ବୋର୍ଡରେ କାର୍ଯ୍ୟ କରିଥିବା ଜଣେ ଅଧିକାରୀ 2ରୁ 3 ବର୍ଷ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ । ମାତ୍ର ସଭାପତି ଭାବେ ଗାଙ୍ଗୁଲିଙ୍କର କାର୍ଯ୍ୟକାଳ ମାତ୍ର 9 ମାସ ରହିଛି । ତେବେ ବିସିସିଆଇର ପ୍ରସ୍ତାବ ଗୃହୀତ ହେଲେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ 2024 ପର୍ଯ୍ୟନ୍ତ ହୋଇପାରେ।