ଓଡିଶା

odisha

ETV Bharat / sports

ସବୁ ଖେଳାଳିଙ୍କ ବକେୟା ମ୍ୟାଚ ଫି ଦେଲା BCCI

ବିପଦ ବେଳେ ଖେଳାଳିଙ୍କୁ ବିସିସିଆଇ ସାହା । ସମସ୍ତ ଖେଳାଳିଙ୍କୁ ଦେଲା ବକେୟା ମ୍ୟାଚ ଫି । କହିଲା କଠିନ ସମୟରେ କେହି ହେବେନି ହଇରାଣ । ଅଧିକ ପଢ଼ନ୍ତୁ

BCCI clears dues of players, says won't let anyone suffer, bcci, cricket, board of cricket control in india, ଭାରତୀୟ କ୍ରିକେଟ ବୋର୍ଡ, ଖେଳାଳିଙ୍କ ବକେୟା ଦେଲା BCCI, କ୍ରିକେଟ
ସବୁ ଖେଳାଳିଙ୍କ ବକେୟା ମ୍ୟାଚ ଫି ଦେଲା BCCI

By

Published : Apr 10, 2020, 6:29 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ (BCCI) ସମସ୍ତ ଖେଳାଳିଙ୍କ ବକେୟା ଟଙ୍କା ଦେଇଛି । ଏହାସହ କହିଛି ଯେ ଏହି କଠିନ ସମୟରେ କାହକୁ ବି ହଇରାଣ ହେବାକୁ ଦେବୁ ନାହିଁ । କୋରୋନା ଯୋଗୁଁ ଅନେକ ଦେଶର ଅର୍ଥବ୍ୟବସ୍ଥା ଦୋହଲି ଯାଇଛି ।

ବୈଶ୍ବିକ ଅର୍ଥନୀତି କୋରୋନ ମାଡରେ ଅନେକ ପଛକୁ ଫେରି ଯାଇଛି । ଏଯାବତ ମହାମାରୀ ଯୋଗୁଁ 95 ହଜାର ଜୀବନ ନେଇ ସାରିଲାଣି । ଅଷ୍ଟ୍ରେଲିଆ, ଇଂଲଣ୍ଡ ପରି ମୁଖ୍ୟ କ୍ରିକେଟ ବୋର୍ଡ ସବୁ ଖେଳାଳିଙ୍କ ଦରମା କାଟି ଦେଇଛନ୍ତି ।

ମାର୍ଚ୍ଚ 24ରେ ଲକ ଡାଉନ ଘୋଷଣା ହେବା ପରେ, ବିସିସିଆଇ ଯେକୌଣସି ପ୍ରକାରର ପରିସ୍ଥିତି ପାଇଁ ପ୍ରସ୍ତୁତ ଥିଲା । ବୋର୍ଡ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିନାମାର ତ୍ରୟମାସିକ କିସ୍ତି ଦେଇ ଦେଇଥିବା ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ଏହାସହ ଇଣ୍ଡିଆ-ଏ ପାଇଁ ଖେଳିଥିବା ଖେଳାଳିଙ୍କୁ ମଧ୍ୟ ତାଙ୍କ ପ୍ରାପ୍ୟ ଦିଆଯାଇଥିବା ସ୍ପଷ୍ଟ କରାଯାଇଛି ।

‘ବିଭିନ୍ନ କ୍ରିକେଟ ବୋର୍ଡ ଖେଳାଳିଙ୍କ ପ୍ରାପ୍ୟ କାଟି ଦେଇଥିବା ବେଳେ ଭାରତୀୟ ଖେଳାଳିଙ୍କର ମଧ୍ୟ ଦରମା କଟାଯିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ବିସିସିଆଇ ଏପରି କଠିନ ସ୍ଥିତିରେ ନିଜ ଖଳାଳିଙ୍କ କଥା ବୁଝିବାରେ ସମର୍ଥ’ ବୋଲି ବିସିସିଆଇ ଅଧିକାରୀ କହିଛନ୍ତି । ନା ଅନ୍ତର୍ଜାତୀୟ ନା ଘରୋଇ ଖେଳାଳି, କେହି ବି ଏହି ପରିସ୍ଥିତିରେ ହଇରାଣ ହେବେ ନାହିଁ ବୋଲି କହିଛି ବିସିସିଆଇ ।

ABOUT THE AUTHOR

...view details