ଓଡିଶା

odisha

ETV Bharat / sports

ପନ୍ତ ଓ ରାହୁଲଙ୍କ ୱିକେଟ କିପିଂ ନେଇ ମୁହଁ ଖୋଲିଲେ ସୌରଭ ଗାଙ୍ଗୁଲି - ରାହୁଲଙ୍କ ୱିକେଟ କିପିଂକୁ ପ୍ରଶଂସା କଲେ ସୌରଭ ଗାଙ୍ଗୁଲି

କେଏଲ ରାହୁଲଙ୍କ ୱିକେଟ କିପିଂକୁ ପ୍ରଶଂସା କଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । କହିଲେ ଟେଷ୍ଟ କ୍ରିକେଟରେ ମଧ୍ୟ ଭଲ କରିବେ ବୋଲି ଆଶା କରୁଛି । ଅଧିକ ପଢ଼ନ୍ତୁ...

bcci-chief-ganguly-reacts-to-rahul-pant-wicket-keeping-debate
ପନ୍ତ ଓ ରାହୁଲଙ୍କ ୱିକେଟ କିପିଂ ନେଇ ମୁହଁ ଖୋଲିଲେ ସୌରଭ ଗାଙ୍ଗୁଲି

By

Published : Jan 26, 2020, 1:20 AM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ନୂଆ ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କୁ ପ୍ରଶଂସା କଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ତେବେ ସୌରଭ ରାହୁଲଙ୍କୁ ନେଇ କହିଛନ୍ତି ଯେ କେବେଳ ଟି-20 କିମ୍ବା ଦିନିକିଆ ନୁହେଁ ଟେଷ୍ଟରେ ମଧ୍ୟ ଏହି ପ୍ରଦର୍ଶନ ଜାରି ରଖନ୍ତୁ ରାହୁଲ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ଋଷଭ ପନ୍ତଙ୍କୁ ବାଦ ଦେଇ କେଏଲ ରାହୁଲଙ୍କୁ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ସ୍ଥାନ ଦେଇଛି ଚୟନ କମିଟି ।

ପନ୍ତ ଓ ରାହୁଲଙ୍କ ୱିକେଟ କିପିଂ ନେଇ ମୁହଁ ଖୋଲିଲେ ସୌରଭ ଗାଙ୍ଗୁଲି

ଗାଙ୍ଗୁଲି କହିଛନ୍ତି ଯେ ‘ରାହୁଲ ଦିନିକିଆ ଓ ଟି-20ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ମଧ୍ୟ ଭଲ ଖେଳୁଥିଲେ କିନ୍ତୁ ତାଙ୍କ ପ୍ରଦର୍ଶନ ଧିରେ ଧରେ ଖରାପ ହେବାରେ ଲାଗିଥିଲା । ସୀମିତ ଓଭରରେ ସେ ଖୁବ ଭଲ ପ୍ରଦର୍ଶନ କରୁଛନ୍ତି ତେଣୁ ଆଶା କରୁଛି ଏଥର ଟେଷ୍ଟ କ୍ରିକେଟରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବେ ।

ପନ୍ତ ଓ ରାହୁଲଙ୍କ ୱିକେଟ କିପିଂ ନେଇ ମୁହଁ ଖୋଲିଲେ ସୌରଭ ଗାଙ୍ଗୁଲି

ତେବେ ପନ୍ତଙ୍କ ସ୍ଥାନରେ ରାହୁଲଙ୍କୁ ଖେଳାଇବା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଗାଙ୍ଗୁଲି । ସେ କହିଛନ୍ତି ଯେ, ‘ଏହା ବିରାଟ କୋହଲିଙ୍କ ନିଷ୍ପତ୍ତି । ଟିମ ମ୍ୟାନେଜମେଣ୍ଟ ଓ ଅଧିନାୟକଙ୍କର ଏହି ନିଷ୍ପତ୍ତି ହୋଇଥାଏ ।’ ତେବେ ଟି-20 ବିଶ୍ବକପରେ କିଏ ୱିକେଟ କିପର ରହିବ ସେ କଥା ବିରାଟ, ଚୟନ କର୍ତ୍ତା ଓ ରବି ଶାସ୍ତ୍ରୀ ନିର୍ଣ୍ଣୟ କରିବେ ବୋଲି କହିଛନ୍ତି ସୌରଭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details