ଓଡିଶା

odisha

ETV Bharat / sports

କୋରୋନା ଭୟ: ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିଲା ବିସିସିଆଇ

କୋରୋନା ଭାଇରସର ପ୍ରଭାବକୁ ନଜରରେ ରଖି ବିସିସିଆଇ ତାର ସମସ୍ତ ଘରୋଇ ମ୍ୟାଚକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ବୋର୍ଡ ଶନିବାର ଏକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛି ।

By

Published : Mar 14, 2020, 8:21 PM IST

bcci-bans-domestic-cricket
କୋରୋନା ଭୟ: ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିଲା ବିସିସିଆଇ

ମୁମ୍ବାଇ: କରୋନା ଭାଇରସର ପ୍ରଭାବକୁ ନଜରରେ ରଖି ବିସିସିଆଇ ତାର ସମସ୍ତ ଘରୋଇ ମ୍ୟାଚକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ବୋର୍ଡ ଶନିବାର ଏକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛି । ଶୁକ୍ରବାର କୋରୋନା ଭାଇରସ ପାଇଁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମଧ୍ୟ ବାତିଲ କରାଯାଇଥିଲା ।

କୋରୋନା ଭୟ: ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିଲା ବିସିସିଆଇ

ବିସିସିଆଇ ଏକ ବିବୃତ୍ତିରେ କହିଛି ଯେ, କୋରୋନା ଭାଇରସ ପାଇଁ ଇରାନୀ କପ୍, ସିନିୟର ମହିଳା ନକ୍ ଆଉଟ୍, ବିଜୟ ଟ୍ରଫି, ସିନିୟର ମହିଳା ଚ୍ୟାଲେଞ୍ଜ, ମହିଳା 19 ବର୍ଷରୁ କମ ଦିନିକିଆ ନକ୍ ଆଉଟ, 19 ବର୍ଷରୁ କମ ମହିଳା ଟି-20 ଲିଗ୍, ସୁପର ଲିଗ୍ ଏବଂ ନକ୍ ଆଉଟ୍, 19 ବର୍ଷରୁ କମ ମହିଳା ଚ୍ୟାଲେଞ୍ଜର୍ସ ଟ୍ରଫି, 23 ବର୍ଷରୁ କମ ମହିଳା ନକ୍ ଆଉଟ୍, 23 ବର୍ଷରୁ କମ ଦିନିକିଆ ଚ୍ୟାଲେଞ୍ଜର୍ସ ଭଳି ସମସ୍ତ ଟୁର୍ଣ୍ଣାମେଣ୍ଟକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ରଣଜୀ ଟ୍ରଫି ଫାଇନାଲ ସୌରାଷ୍ଟ୍ର ଏବଂ ବଙ୍ଗଳା ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ ସୌରାଷ୍ଟ୍ର ପ୍ରଥମ ରଣଜୀ ଟ୍ରଫି ଟାଇଟଲ ଜିତିଥିଲା । ମାତ୍ର ଏହି ମ୍ୟାଚ ଦର୍ଶକ ଶୂନ୍ୟ ରହିଥିଲା । ଏହି ଫାଇନାଲ ପରଠାରୁ କୌଣସି ଘରୋଇ ମ୍ୟାଚ୍ ଖେଳାଯାଇ ନାହିଁ ।

ABOUT THE AUTHOR

...view details