ଓଡିଶା

odisha

ETV Bharat / sports

ବିସିସିଆଇ ବାର୍ଷିକ ଉତ୍ସବ: ଶେଫାଳି ବର୍ମାଙ୍କୁ ଶ୍ରେଷ୍ଠ ଅନ୍ତଜାର୍ତୀୟ ଡେବ୍ୟୁ ଆୱାର୍ଡ - ବିସିସିଆଇ ନମନ ଉତ୍ସବ

ଆଜି ବିସିସିଆଇର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ 'ନମନ' ଅନୁଷ୍ଠିତ ହେବ । ମହିଳା କ୍ରିକେଟର ଶେଫାଳି ବର୍ମା ଓ ମୟଙ୍କ ଅଗ୍ରୱାଲଙ୍କୁ ଯଥାକ୍ରମେ ମହିଳା ଓ ପୁରୁଷ କ୍ରିକେଟର ଭାବେ ଶ୍ରେଷ୍ଠ ଅନ୍ତଜାର୍ତୀୟ ଡେବ୍ୟୁ ଆୱାର୍ଡ ମିଳିବ । ଅଧିକ ପଢନ୍ତୁ...

BCCI Awards
ଶେଫାଳି ବର୍ମାଙ୍କୁ ଶ୍ରେଷ୍ଠ ଅନ୍ତଜାର୍ତୀୟ ଡେବ୍ୟୁ ଆୱାର୍ଡ

By

Published : Jan 12, 2020, 3:06 PM IST

ମୁମ୍ବାଇ: ଆଜି ବିସିସିଆଇର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ 'ନମନ' ଅନୁଷ୍ଠିତ ହେବ । ଏହି ଉତ୍ସବରେ 2018-19 ବର୍ଷରେ ପ୍ରଭାବି ପ୍ରଦର୍ଶନ କରିଥିବା ଭାରତୀୟ କ୍ରିକେଟରଙ୍କୁ ସମ୍ମାନିତ କରାଯିବ । ଏଥିସହିତ ପୂର୍ବତନ ଖେଳାଳିଙ୍କୁ ସମ୍ମାନିତ କରାଯିବ ।

ମହିଳା କ୍ରିକେଟର ଶେଫାଳି ବର୍ମାଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁ ଖେଳାଳି ଆୱାର୍ଡ ମିଳିବ । ଶେଫାଳି ବର୍ମା ସର୍ବକନିଷ୍ଠ ଭାରତୀୟ କ୍ରିକେଟର ଭାବେ ଅର୍ଦ୍ଧଶତକ ହାସଲର ରେକର୍ଡ କରିଛନ୍ତି । ଏହି ରେକର୍ଡ ପୂର୍ବରୁ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଥିଲା । ଭାରତୀୟ ଟି20 ଦଳରେ ବର୍ଷ 2019ରେ 15 ବର୍ଷିୟ ଶେଫାଳି, 9ଟି ମ୍ୟାଚରୁ 222 ରନ ସଂଗ୍ରହ କରି ଚର୍ଚ୍ଚାରେ ରହିଛନ୍ତି । ସେଥିମଧ୍ୟରେ 77 ରନର ଧୁଆଁଧାର ଇଂନିସ ସର୍ବାଧିକ ବ୍ୟକ୍ତିଗତ ଇଂନିସ ରହିଛି ।


ଏଥିସହିତ ସ୍ମୃତି ମାନ୍ଧାନାଙ୍କୁ ମହିଳା କ୍ରିକେଟର ଭାବେ ସର୍ବାଧିକ ରନ ଆୱାର୍ଡ, ଝୁଲଣ ଗୋସ୍ବାମୀଙ୍କୁ ସର୍ବାଧିକ ୱିକେଟ ହାସଲ ପାଇଁ ଆୱାର୍ଡ ପ୍ରଦାନ କରାଯିବ । ପୁରୁଷ କ୍ରିକେଟର ଭାବେ ମୟଙ୍କ ଅଗ୍ରୱାଲଙ୍କୁ ଶ୍ରେଷ୍ଠ ଅନ୍ତଜାର୍ତୀୟ ଡେବ୍ୟୁ ଆୱାର୍ଡ ମିଳିବ । ଶିବମ ଦୁବେଙ୍କୁ ଶ୍ରେଷ୍ଠ ଅଲରାଉଣ୍ଡର ପାଇଁ ଲାଲା ଅମରନାଥ ଆୱାର୍ଡ ମିଳିବ । ଚେତେଶ୍ବର ପୂଜାରାଙ୍କୁ ସର୍ବାଧିକ ରନ ପାଇଁ ଦିଲ୍ଲୀପ ସାରଦେଶାଇ ଆୱାର୍ଡ ମିଳିବ ।

ABOUT THE AUTHOR

...view details