ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ସର୍ବୋଚ୍ଚ ପରିଷଦ ବୈଠକ ଜାନୁଆରୀ 17ରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ । ବୈଠକରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ପ୍ରସ୍ତୁତ ଜୈବ ସୁରକ୍ଷା ବଳୟ ଓ ଆଗାମୀ ମାସରେ ହେବାକୁ ଥିବା ରଣଜୀ ଟ୍ରଫି ଆୟୋଜନ ନେଇ ନିଷ୍ପତ୍ତି ହେବ ।
ବୈଠକରେ ମୁଖ୍ୟତଃ 7ଟି ଗୁରତ୍ବପୂର୍ଣ୍ଣ ବିଷୟ ଚର୍ଚ୍ଚା ହେବା ନେଇ ସ୍ଥିର ହୋଇଛି । ଏହାମଧ୍ୟରେ ଜୁନିୟର ଓ ମହିଳା କ୍ରିକେଟ ମଧ୍ୟ ସାମିଲ ରହିଛି ।