ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇର) ସର୍ବୋଚ୍ଚ ପରିଷଦ ବୈଠକ ଶେଷ । ନ୍ୟୁଜିଲାଣ୍ଡ ଟିମ 2021 ଟି-20 ବିଶ୍ବକପ ପ୍ରସ୍ତୁତି ପୂର୍ବକ ଭାରତ ଗସ୍ତରେ ଆସିବା ନେଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଏଥିସହ ବୋର୍ଡର ଘରୋଇ ସିଜିନ ଆରମ୍ଭ ନେଇ ଖୁବଶୀଘ୍ର ନିଷ୍ପତ୍ତି ହେବ ବୋଲି ସ୍ଥିର ହୋଇଛି ।
ରଣଜୀ ଟ୍ରଫି କିମ୍ବା 50 ଓଭର ଫର୍ମାଟ ନେଇ ଚ଼ୁଡାନ୍ତ ନିଷ୍ପତ୍ତି ହୋଇନାହିଁ । ଏକାଧିକ ରାଜ୍ୟ ବୋର୍ଡ ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।